ସଂଚାର ବ୍ୟୁରୋ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବଢିପାରେ ଅଡୁଆ। ହାଇଦ୍ରାବାଦରେ ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ପ୍ରଦର୍ଶନ ସମଯରେ ଜଣେ ମହିଳାଙ୍କ ମୃତ୍ଯୁ ଘଟଣାରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବ ହାଇଦ୍ରାବାଦ ପୋଲିସ। ଅଲୁ ଅର୍ଜୁନଙ୍କୁ ତେଲଙ୍ଗାନା ହାଇକୋର୍ଟରୁ ଜାମିନ ମିଳିଥିବାବେଳେ ଏହାକୁ ଚ୍ଯାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇପାର ପୋଲିସ। ଅଲୁ ଅର୍ଜୁନଙ୍କୁ ମିଳିଥିଲା ମଧ୍ୟବର୍ତ୍ତୀକାଳୀନ ଜାମିନର ବିରୋଧ କରି ସୁପ୍ରିମକୋର୍ଟ ଯିବ ହାଇଦ୍ରାବାଦ ପୋଲିସ। ଗତ ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୋଲିସ। ସଂଧ୍ଯା ଥିଏଟରରେ ସିନେମାଙ୍କ ସ୍କ୍ରିନିଂ ସମୟରେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ନାବାଳକ ଗୁରୁତର ହୋଇ ପଡିଥିଲେ। ସ୍କ୍ରିନିଂ ସମୟରେ ଆସି ପହଞ୍ଚିଥିଲେ ସୁପରଷ୍ଟାର ଅଲୁ ଅର୍ଜୁନ। ଅଲୁ ଅର୍ଜୁନଙ୍କୁ ଦେଖିବାକୁ ସିନେମା ହଲ ପରିସରରେ ହଜାର ହଜାର ସଂଖ୍ଯାରେ ଦର୍ଶକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଦଳାଚକଟା ଘଟି ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅଲୁ ଅର୍ଜୁନଙ୍କୁ ଗିରଫ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ। ତେବେ ଅଲୁଙ୍କୁ ଜାମିନ ପ୍ରଦାନ କରିଥିଲେ ତେଲଙ୍ଗାନା ହାଇକୋର୍ଟ। ତେବେ କୋର୍ଟ ଦସ୍ତାବିଜ ଜେଲକୁ ପହଞ୍ଚିବାରେ ବିଳମ୍ବରୁ ଅଲୁ ଅର୍ଜୁନଙ୍କୁ ଗୋଟିଏ ଦନ ଚଞ୍ଚଲଗୁଡ଼ା ଜେଲରେ ରହିବାକୁ ପଡିଥିଲା। ଏହାର ପରଦିନ ସୁପରଷ୍ଟାର ଅଲୁ ଅର୍ଜୁନ ଜେଲରୁ ବାହାରିଥିଲେ।.