ମହାକୁମ୍ଭ ଅଘଟଣରେ ପ୍ରକୃତରେ କେତେ ଶ୍ରଦ୍ଧାଳୁଙ୍କ ଯାଇଛି ଜୀବନ? ପ୍ରକୃତ ସତକୁ ଲୁଚାଇଛନ୍ତି କି ଉତ୍ତରପ୍ରଦେଶ ସରକାର? ଏହି ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ସାଂସଦ ଅଖିଳେଶ ଯାଦବ। ଗତ ଜାନୁଆରୀ ୨୯ରେ ପ୍ରକୃତରେ କେତେ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳୁ ନଥିବା ଅଭିଯୋଗ କରିଛନ୍ତି ଅଖିଳେଶ। ସରକାରୀ ତଥ୍ଯ ଅନୁସାରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ୬୦ ଜଣ ଆହତ ହୋଇଥିଲେ। ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ଯବାଦ ପ୍ରସ୍ତାବ ନେଇ ଚାଲିଥିବା ଆଲୋଚନାରେ ଭାଗ ନେଇ ଅଖିଳେଶ ପ୍ରୟାଗରାଜ ଅଘଟଣର ସବିଶେଷ ତଥ୍ଯ ଦାବି କରିଛନ୍ତି। ଦଳାଚକଟା ଘଟଣାକୁ ଲୁଚାଇବା ଲାଗି ଜେସିବିର ବ୍ଯବହାର ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେଣେ ବିହାରକୁ ଅନୁଦାନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଅଖିଳେଶ। ସେ କହିଛନ୍ତି ବିହାରରେ ନିର୍ବାଚନ ଥିବାରୁ ରାଜ୍ଯକୁ ବିପୁଳ ସହାୟତା ଘୋଷଣା କରିଛନ୍ତି । ମାତ୍ର ଉତ୍ତରପ୍ରଦେଶକୁ କେନ୍ଦ୍ର ସରକାର ଚାହିଁଲେ ନାହିଁ ବୋଲି ସେ କହିଛନ୍ତି।