ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ବୈଠକକୁ ନେଇ ଚର୍ଚ୍ଚା। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଭେଟିଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ସାମାଜିକ ନ୍ୟାୟ ଲଢେଇ ସୁଯୋଗରେ କଂଗ୍ରେସ ଛାଡି ଅଖିଳେଶଙ୍କ ସାଇକେଲରେ ଶ୍ରୀକାନ୍ତ ଜେନା ବସିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଅଖିଳେଶ ଯାଦବଙ୍କ ବୟାନ ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।ସମାଜବାଦୀ ପାଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ସାମାଜିକ ନ୍ୟାୟ ଲଢେଇରେ ଶ୍ରୀକାନ୍ତ ଜେନାଙ୍କ ସାଥିରେ ଆମେ ଅଛୁ। ଆଜିନୁହେଁ ବାରମ୍ବାର ତାଙ୍କ ସହ ଆଲୋଚନା ହୋଇଛି। ସେପଟେ କଂଗ୍ରେସ ଛାଡି ଶ୍ରୀକାନ୍ତ ଜେନା ସମାଜବାଦୀ ପାଟିରେ ସାମିଲ ହେବେ କି ଚର୍ଚ୍ଚା ପରେ ଏହାକୁ ସେ ଖଣ୍ଡନ କରିଛନ୍ତି।କହିଛନ୍ତି, ମୁଁ କଂଗ୍ରେସ ଦଳରେ ଅଛି ଓ ରହିବି। ଓଡିଶାରେ ସବୁ ଦଳକୁ ସାଙ୍ଗରେ ନେଇ ସାମାଜିକ ନ୍ୟାୟ ଲଢେଇ ଜାରି ରଖିବି ବୋଲି ଶ୍ରୀକାନ୍ତ କହିଛନ୍ତି। ବିଶୃଙ୍ଖଳା ଆଚରଣ ପାଇଁ ୨୦୧୯ ମସିହାରେ ଶ୍ରୀକାନ୍ତ ଜେନା କଂଗ୍ରେସରୁ ନିଲମ୍ବିତ ହୋଇଥିବା ବେଳେ ୨୦୨୪ରେ ପୁଣି ଥରେ କଂଗ୍ରେସକୁ ଫେରି ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ।