ସଂଚାର ବ୍ୟୁରୋ: ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମାନ ଯାଞ୍ଚ କରିବା ପାଇଁ ଫୁଡ୍ ଇନ୍ସପେକ୍ଟର ନିଯୁକ୍ତ ହେବେ ବୋଲି କହିଛନ୍ତି ମନ୍ତ୍ରୀ । ଶ୍ରୀମନ୍ଦିରରେ ଫୁଡ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି । କେବଳ ଅବଢ଼ା ନୁହେଁ, ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।