Wednesday, November 4, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଅପରାଧ

OLX ରେ ଘର ଖୋଜୁଛନ୍ତି କି? ଠକ ମାଆ ପୁଅ ଗିରଫ

Sanchar Live by Sanchar Live
November 4, 2026
in ଅପରାଧ
0
0
SHARES
16
VIEWS
Facebook
Twitter

ଓଏଲ୍‌ଏକ୍ସରେ ଘର ଭଡ଼ା ଦେବାକୁ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିବା ମାଆ ଓ ପୁଅ ଯୋଡ଼ିକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗିରଫ ମହିଳା ହେଲେ ପାଇକ ନଗରର ଡି. ସୂର୍ଯ୍ୟକୁମାରୀ (୫୬) ଓ ତାଙ୍କ ପୁଅ ସିଦ୍ଧାର୍ଥ ସାମଲ (୩୩)। ସେମାନେ ଶସ୍ତାରେ ଘର ଭଡ଼ା ଦେବାର ପ୍ରଲୋଭନ ଦେଖାଇ ଏକାଧିକ ଲୋକଙ୍କଠାରୁ ଆଗୁଆ ଟଙ୍କା ନେଇ ଠକୁଥିବା ତଦନ୍ତରୁ ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଞ୍ଚଳର ଅରୁଣ କୁମାର ପ୍ରଧାନ ଭୁବନେଶ୍ୱରରେ ପରିବାର ସହ ରହୁଥିବାବେଳେ ଏକ ଭଡ଼ାଘର ଖୋଜୁଥିଲେ। ଏହି ସମୟରେ ଅନ୍ଧାରୁଆର ରଞ୍ଜିତ ନାୟକ ସହ ତାଙ୍କର ଯୋଗାଯୋଗ ହୋଇଥିଲା। ରଞ୍ଜିତ ଜଣକ ତାଙ୍କୁ ବରମୁଣ୍ଡା ଡେଲ୍‌ଟା ଛକ ନିକଟସ୍ଥ ପାଇକନଗରରେ ଏକ ଘର ଦେଖାଇଥିଲେ। ଏହା ଡି. ସୂର୍ଯ୍ୟକୁମାରୀଙ୍କ ଘର ବୋଲି ଜଣାପଡ଼ିଥିଲା। ଅରୁଣ ଘର ଦେଖି ପସନ୍ଦ କରିବା ପରେ ଷ୍ଟାମ୍ପ ପେପରରେ ଡି ସୂର୍ଯ୍ୟ କୁମାରୀ ଓ ସିଦ୍ଧାର୍ଥ ସହ ଭଡ଼ା ଚୁକ୍ତିନାମା ହୋଇଥିଲା।

Related posts

ମାଡି ଆସୁଛି ବାତ୍ୟା ‘ମୁରାସୁ’, ଜାଣନ୍ତୁ ଏବେ କଣ ରହିଛି ଅପଡେଟ

ମାଡି ଆସୁଛି ବାତ୍ୟା ‘ମୁରାସୁ’, ଜାଣନ୍ତୁ ଏବେ କଣ ରହିଛି ଅପଡେଟ

November 2, 2026
ବାତ୍ୟାର ସୁଯୋଗ ନେଇ ମୋବାଇଲ୍ ଶୋ’ରୁମ୍‌ରୁ ଲୁଟ

ବାତ୍ୟାର ସୁଯୋଗ ନେଇ ମୋବାଇଲ୍ ଶୋ’ରୁମ୍‌ରୁ ଲୁଟ

October 29, 2026

ଏହାପରେ ଡି ସୂର୍ଯ୍ୟ କୁମାରୀ ପ୍ରଥମେ ୨୪ ହଜାର ଟଙ୍କା ନେଇଥିଲେ। ପରେ ପୁଅର ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ବୋଲି କହି ଆଉ ୫୨ ହଜାର ଟଙ୍କା ନେଇଥିଲେ। ଏହିପରି ମୋଟ ୭୬ ହଜାର ଟଙ୍କା ନେବା ପରେ ମଧ୍ୟ ଅରୁଣଙ୍କୁ ଘର ଭଡ଼ାରେ ଦେଇ ନ ଥିଲେ କି ଟଙ୍କା ଫେରସ୍ତ କରି ନ ଥିଲେ। ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ନ ମିଳିବାରୁ ଅରୁଣ ନୂଆପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ମାଆ ଓ ପୁଅ ମିଶି ଓଏଲ୍‌ଏକ୍ସରେ ମିଥ୍ୟା ବିଜ୍ଞାପନ ଦେଇ ଏଭଳି ଠକେଇ କରୁଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ସେମାନେ ପୂର୍ବରୁ ଅନ୍ୟ ଲୋକଙ୍କୁ ଭଡ଼ାରେ ଦେଇଥିବା ଘରକୁ ପୁଣି ଖାଲି ଥିବା ଦର୍ଶାଇ ବଜାର ଦରଠାରୁ କମ୍‌ ଭଡ଼ାରେ ଦେବାକୁ ବିଜ୍ଞାପନ ଦେଉଥିଲେ। ଏହା ଦେଖି ଆଗ୍ରହୀ ଲୋକଙ୍କୁ ଘର ଦେଖାଇ ଭଡ଼ା ଚୁକ୍ତିନାମା କରୁଥିଲେ। ପରେ ଆଗୁଆ ଭଡ଼ା ଓ ସିକ୍ୟୁରିଟି ଡିପୋଜିଟ୍‌ ନେଉଥିଲେ। ଏପରିକି ଚିକିତ୍ସା ଖର୍ଚ୍ଚ ଭଳି ବିଭିନ୍ନ ଆଳ ଦେଖାଇ ଅତିରିକ୍ତ ଟଙ୍କା ମଧ୍ୟ ଆଦାୟ କରୁଥିଲେ।

ଟଙ୍କା ନେବା ପରେ ଘର ଦେଉ ନ ଥିଲେ କି ଫେରସ୍ତ କରୁ ନ ଥିଲେ। ଏହି ଉପାୟରେ ମାଆ ଓ ପୁଅ ପ୍ରାୟ ୧୫ ଜଣଙ୍କୁ ଠକିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କ ବିରୋଧରେ ନୂଆପଲ୍ଲୀ ଥାନାରେ ଏଯାଏଁ ୬ଟି ମାମଲା ରୁଜୁ ହୋଇସାରିଲାଣି। ପୁଲିସ ଅଭିଯୁକ୍ତଙ୍କଠାରୁ ଅରୁଣଙ୍କ ସହ ହୋଇଥିବା ଘରଭଡ଼ା ଚୁକ୍ତିନାମା ଜବତ କରିଛି। ଏହି ଠକେଇ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Tags: crimeodishaOlx

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼
  • OLX ରେ ଘର ଖୋଜୁଛନ୍ତି କି? ଠକ ମାଆ ପୁଅ ଗିରଫ
  • ଜାଣନ୍ତୁ କାହିଁକି ଲଗାତାର କମୁଛି ସୁନାଦର?

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.