ସଂଚାର ବ୍ୟୁରୋ: ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଚୌଦ୍ଵାର ସଫା ପଞ୍ଚାୟତ ଅଭୟପୁର ଗ୍ରାମରେ ଅଘଟଣ । ମୃତକ ହେଲେ ୬୫ ବର୍ଷୀୟ ବଟକୃଷ୍ଣ ବେହେରା । ସନ୍ଧ୍ୟା ସମୟରେ ନିକଟସ୍ତ ଆଶ୍ରମରୁ ଜଙ୍ଗଲ ରାସ୍ତାଦେଇ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ପରିବାର ଲୋକେ ପ୍ରଥମେ ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସଫା ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି ।

