ସଂଚାର ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ବିମାନ। ମୁମ୍ବାଇ ବିମାନ ବନ୍ଦରରେ ଅବତରଣ ବେଳେ ଅଘଟଣ। ଅବତରଣ ବେଳେ ରନୱେରେ ମାଡ ହେଲା ଇଣ୍ଡିଗୋ ଏୟାରବସ୍ A321ର ପଛଭାଗ। ଖରାପ ପାଗ କାରଣରୁ ଅଘଟଣ ଘଟିଥିବା ସୂଚନା ମିଳିଛି। କମ୍ ଉଚ୍ଚତାରେ ଅବତରଣ ଉଦ୍ୟମ କରୁଥିବାବେଳେ ବିମାନର ପଛଭାଗ ରନୱେ ଛୁଇଁଥିଲା। ମାତ୍ର ପରେ ପୁଣି ଏହା ନିରାପଦରେ ଅବତରଣ କରିଥିଲା। ବିମାନର ସବିଶେଷ ଯାଞ୍ଚ ପରେ ଏହାକୁ ପୁଣି ଉଡାଣ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି।

