ସଂଚାର ବ୍ୟୁରୋ: ମଦ ପିଇ ମାତାଲ ହୋଇ ସ୍କୁଲ ବାରଣ୍ଡାରେ ଶୋଇଲେ ଶିକ୍ଷକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଦିଣ୍ଡାପାଟ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗନ୍ନାଥ ମହାନ୍ତ ଆଜି ସ୍କୁଲକୁ ପାଠ ପଢ଼ାଇବାକୁ ଆସିଥିଲେ । ହେଲେ ପାଠ ନ ପାଢାଇ ସାର୍ ମଦ ନିଶାରେ ବିଦ୍ୟାଳୟ ବାରଣ୍ଡାରେ ଶୋଇପଡିଥିଲେ । ଶିକ୍ଷକ ଶୋଇଥିବା ଦେଖି ଛାତ୍ରଛାତ୍ରୀମାନେ ତାଙ୍କୁ ଉଠାଇଥିଲେ ମଧ୍ୟ ସେ ଉଠି ପାରି ନଥିଲେ । ଖବର ପାଇ ଅଭିଭାବକମାନେ ସ୍କୁଲକୁ ଆସି ଅସନ୍ତୋଷ ପ୍ରକାଶ କରିବା ସହ କିଛି ସମୟ ସ୍କୁଲ ସମ୍ମୁଖରେ ହୋହଲ୍ଲା କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗନ୍ନାଥ ମାହାନ୍ତଙ୍କ ଏପରି ଆଚରଣକୁ ଶିକ୍ଷକ ସଂଘ ଦୃଢ ନିନ୍ଦା କରିଛି ।

