ଦେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟ୍ରେନିଂ | ବାହ୍ୟ ଶକ୍ତି କିମ୍ବା ଅନ୍ତ ଶକ୍ତି ମୁକାବିଲା ପାଇଁ ଏହି ପ୍ରଶିକ୍ଷଣ ଦିଆଯିବ | ଉଚ୍ଚଶିକ୍ଷା ବିଭାଗରେ ଏପରି ପଦକ୍ଷେପ ନିଆଯିବ | ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ | ଛାତ୍ରଛାତ୍ରୀଙ୍କ ଭିତରେ ଦେଶ ସେବା ପାଇଁ ଆଗ୍ରହ ଅଛି | ଏବେ ସେହି ସୁଯୋଗ ସୃଷ୍ଟି କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ |