ସଂଚାର ବ୍ୟୁରୋ: ମାଲେସିଆ କ୍ଵାଲାଲୁମ୍ପୁର ଗ୍ଯାସ ପାଇପଲାଇନ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ। ପୁତ୍ରା ହାଇଟ୍ସ ନିକଟରେ ପେଟ୍ରୋନାସ ନାମକ ଏକ ତୈଳକମ୍ପାନୀର ପାଇପଲାଇନରେ ଅଗ୍ନିକାଣ୍ଡ। ୨୦ ମହଲା ଉଚ୍ଚରେ ଉଠିଲା ନିଆଁର ଶିଖା। ଅଗ୍ନିକାଣ୍ଡରେ ୧୪୦ରୁ ଅଧିକ ଆହତ ହୋଇଛନ୍ତି। ଦେଢଶହ ଗାଡି ସହ ପ୍ରାୟ ୨ଶହ ଘର କ୍ଷତିଗ୍ରସ୍ତ ହୋଇଛି। ଗ୍ଯାସ ସଂଯୋଗ ବନ୍ଦ ପରେ ନିଆଁ ନିୟନ୍ତ୍ରଣ ହୋଇଥିବା ଜଣାପଡିଛି। ଆଜି ସକାଳ ୮ଟା ସମୟରେ ଲାଗିଥିଲା ଏ ନିଆଁ। ଏହି ନିଆଁ ଆଖପାଖ ଆବାସିକ ଅଞ୍ଚଳକୁ ବ୍ୟାପିଯାଇଥିଲା। ୧୯୦ଟି ଘର ଓ ୧୪୮ଟି ଗାଡ଼ିକୁ କ୍ଷତି ପହଞ୍ଚାଇଛି। ୧୪୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ୬୭ ଜଣଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩୭ ଜଣ ଆହତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ଖବର ମିଳିନାହିଁ। କିଛି ଘଣ୍ଟା ଜଳିବା ପରେ ମଧ୍ୟାହ୍ନରେ ଗ୍ୟାସ୍ ଭାଲଭ ବନ୍ଦ କରିବା ପରେ ନିଆଁ ଆୟତ୍ତକୁ ଆସିଥିଲା। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ବିସ୍ଫୋରଣର କାରଣ ଅନୁସନ୍ଧାନ ଚାଲିଛି। ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବିସ୍ଫୋରଣରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଆଖପାଖର ଝରକାଗୁଡ଼ିକୁ ଭାଙ୍ଗି ଯାଇଛି।