ସଂଚାର ବ୍ୟୁରୋ: ମହାରାଷ୍ଟ୍ର ପୁଣେରେ ଭୟଙ୍କର ଅଗ୍ନିକାଣ୍ଡ। ଏକ ବାଇକ ଫ୍ୟାକ୍ଟ୍ରିରେ ଲାଗିଛି ଏ ଭୟଙ୍କର ନିଆଁ। ଇଲେକ୍ଟ୍ରିକ୍ ବାଇକ ଫ୍ୟାକ୍ଟ୍ରିରେ ଲାଗିଛି ଏହି ଭୟଙ୍କର ନିଆଁ। ପୁଣେର ସାଇ ଇଣ୍ଡଷ୍ଟ୍ରିଆଲ ଏରିଆର କଟରାଜ ଗୁଜରୱାଡି ଅଂଚଳରେ ଏହି ନିଆଁ ଲାଗିଛି। ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ଏକାଧିକ ଗାଡ଼ି ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ନିଆଁ ଲିଭିଥିବା ନେଇ କୌଣସି ସୂଚନା ମିଳିନାହିଁ।