Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଦଳା ଚକଟା ପରେ ଆସିଲା ଗାଇଡ୍ ଲାଇନ୍

Sanchar Live by Sanchar Live
January 30, 2025
in ଭାରତ
0
0
SHARES
14
VIEWS
Facebook
Twitter

ସଂଚାର ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପରେ ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ । ରଦ୍ଦ ହେଲା ଭିଭିଆଇପି ପାସ । ଏଣିକି ସମସ୍ତଙ୍କ ପାଇଁ ସମାନ ନିୟମ । କୌଣସି ପ୍ରକାର ବିଶେଷ ପାସ ଆଉ କୁମ୍ଭମେଳାରେ କାମ କରିବ ନାହିଁ । ସେହିପରି ମେଳା ପରିସରକୁ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । କୌଣସି ପ୍ରକାର ଗାଡି ମେଳା କ୍ଷେତ୍ର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ପ୍ରୟାଗରାଜରେ ୱାନ ୱେ ମାର୍ଗ ବ୍ୟବସ୍ଥା ଲାଗୁ କରାଯାଇଛି । ଯାହା ଦ୍ବାରା ଶ୍ରଦ୍ଧାଳୁଙ୍କ ଯାତାୟତ ସମସ୍ୟା ରହିବ ନାହିଁ । ସେହିପରି ପ୍ରୟାଗରାଜର ଆଖପାଖ ଜିଲ୍ଲାକୁ ଆସୁଥିବା ଗାଡି ଗୁଡିକୁ ସେହି ଜିଲ୍ଲାର ସୀମାରେ ହି ଅଟକା ଯିବ । ଅନ୍ୟପଟେ ୪ ଫେବ୍ରୁଆରୀ ପର୍ଯ୍ୟନ୍ତ ସହରରେ ୪ ଚକିଆ ଯାନର ଏଣ୍ଟ୍ରି ସମ୍ପୂର୍ଣ୍ଣ ନିଷେଧ । ଭବିଷ୍ୟତରେ ଦଳାଚକଟା ପରିସ୍ଥିତିକୁ ଏଡାଇବା ସହ ମେଳାରେ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁସାରେ ଗତକାଲି ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରୁ ୨୫ ଜଣଙ୍କ ପରିଚୟ ଜଣାପଡ଼ିଛି । ଦୁର୍ଘଟଣାର ୧୬ ଘଣ୍ଟା ପରେ ମେଳା ପ୍ରଶାସନ ତଥ୍ୟ ପ୍ରକାଶ କରିଛି । ଗତ ବିଳମ୍ବିତ ରାତିରେ ପ୍ରୟାଗରାଜର ସଙ୍ଗମ ନୋଜରେ ଦଳାଚକଟା ହୋଇଥିଲା । ଏଥିରେ ୧୫ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା । ଆହତମାନଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Related posts

ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

November 5, 2026
ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ

ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ

November 5, 2026

ମୌନି ଅମାବାସ୍ୟା ଅମୃତ ସ୍ନାନ ପୂର୍ବରୁ ମହାକୁମ୍ଭରେ ଦଳାଚକଟା ହୋଇଛି । ସଙ୍ଗମ ସ୍ଥଳରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ମୌନୀ ଅମାବାସ୍ୟା ଥିବାରୁ ଅମୃତ ସ୍ନାନ ରହିଥିଲା । ଏଥିପାଇଁ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡ଼ ବିଳମ୍ବିତ ରାତିରୁ ବଢ଼ିଥିଲା । ଆଉ ବିଳମ୍ବିତ ରାତି ପ୍ରାୟ ୧ଟାରେ ଦଳାଚକଟା ପରେ ଅମୃତ ସ୍ନାନକୁ ବାତିଲ୍ କରି ଦିଆଯାଇଛି । ୫୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦଳଚକଟା ପରେ ଅମୃତସ୍ନାନ ରଦ୍ଦ କରିଛି ଆଖଡ଼ା ସଂଘ । ଦୁର୍ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୁରନ୍ତ ଆବଶ୍ୟକୀୟ ସହାୟତା ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ।

Tags: guidelineKumbhamela

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବନ୍ୟା କ୍ଷୟକ୍ଷତି : କେନ୍ଦ୍ରୀୟ ଟିମକୁ ୨,୫୨୬ କୋଟି ସହାୟତା ମାଗିଲା ଓଡିଶା
  • ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର
  • ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.