ପୁରୀ ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି। ଗତକାଲି ବିଳମ୍ବିତ ରାତିରେ ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି l ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ପରେ ନୀତିକାନ୍ତି ସମ୍ପନ୍ନ ହୋଇ ରାତ୍ର ପହୁଡ଼ ସାଢେ ୧୦ଟାରେ ଅନୁଷ୍ଠିତ ହୋଇଥିଲା l ଆଜି ସକାଳେ ପାଳିଆ ସେବାୟତ ମନ୍ଦିର ଖୋଲି ଭିତରକୁ ପ୍ରବେଶ କରି ଲୁଟ ହୋଇଥିବା ଦେଖିଥିଲେ। ହୁଣ୍ଡି ଭଙ୍ଗା ଯାଇଥିବା ଜାଣିବା ପରେ ମନ୍ଦିର କମିଟି ଓ ଚନ୍ଦନପୁର ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଚନ୍ଦନପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବାବେଳେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଆସି ତନାଘନା କରୁଛନ୍ତି।

