ଭୁବନେଶ୍ବର: ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଶନିବାର ଦିନ ଅପହରାହ୍ଣରେ ଘଟିଥିବା ଗୁଳିକାଣ୍ଡ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଗତ ହୋଇଛନ୍ତି। ଏହି ଘଟଣା ନେଇ ସେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ନିମନ୍ତେ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏଥିସହ ଘଟଣାରେ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ପାଣିକୋଇଲି ବଜାରରେ ଶନିବାର ଅପରାହ୍ଣରେ ଏକ ଛାତିଥରା ଘଟଣା ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଥିଲା। ପାଣିକୋଇଲିରେ ଥିବା ପଣ୍ତା ଅଳଙ୍କାର ଦୋକାନରୁ ଡକାୟତି ଉଦ୍ୟମ ବେଳେ ଗୁଳିକାଣ୍ଡ ଘଟିଥିଲା। ଡକାୟତଙ୍କ ଗୁଳିମାଡ଼ରେ ଦୋକାନର ଜଣେ କର୍ମଚାରୀଙ୍କ ସହିତ ଅନ୍ୟ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକଦ୍ବୟ ଯାଜପୁର ସଦର ଥାନା କୁନିଦା ଗ୍ରାମର ସୁନିଲ ରାୟ (୩୬) ଓ ପାଣିକୋଇଲି ଥାନା ସୋତି ଗ୍ରାମର ନୀଳମାଧବ ପଣ୍ଡା (୩୦)। ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।