ସଂଚାର ବ୍ୟୁରୋ: ବ୍ୟାଙ୍କ ଠକେଇ ମାମଲାରେ ୪ ଜଣ ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫମାନେ ହେଲେ ଜଗତସିଂହପୁରର ସ୍ମୃତି ରଞ୍ଜନ ସେଠୀ, ଏମ୍. ଦିବ୍ୟଶ୍ରୀ ଜ୍ୟୋତି ରଞ୍ଜନ, ଭୁବନେଶ୍ୱର ନୟାପଲ୍ଲୀର ନିରଞ୍ଜନ ବେହେରା ଓ ଦେବାଶିଷ ବେହେରା । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିବ ଇଓଡବ୍ଲୁ । ଗିରଫ ଅଭିଯୁକ୍ତମାନେ ଭୁବନେଶ୍ଵର ସ୍ଥିତ ଜୟଦେବ ବିହାର ଓ ଡମଣା ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଜାଲ ଡକ୍ୟୁମେଣ୍ଟ ଦେଇ ୮କୋଟି କୋଟି ୧ ଲକ୍ଷ ଟଙ୍କାର ୨୩୪ ଟି ଏକ୍ସପ୍ରେସ୍ କ୍ରେଡିଟ୍ ଋଣ ନେଇଥିଲେ । ୨୦୨୧ରୁ ଜାନୁଆରୀ ୨୦୨୩ ମଧ୍ୟରେ ବିଭିନ୍ନ ସଂଗଠନର କର୍ମଚାରୀ ଭାବରେ ଜାଲ/ନକଲି ନିଯୁକ୍ତି ରେକର୍ଡ ପ୍ରସ୍ତୁତ କରିଥିଲେ । ଭୁବନେଶ୍ଵର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ଶିବ ସୁନ୍ଦର ସାହୁଙ୍କ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଇଓଡବ୍ଲୁ । ସେମାନେ ବିଭିନ୍ନ ସଂସ୍ଥା ନାଁରେ କାର୍ଯ୍ୟକରିଥିବା ଅଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନକଲି ନିଯୁକ୍ତି ପମାଣପତ୍ର ସହିତ ନକଲି ଦରମା ପ୍ରମାଣ ପତ୍ର, ନକଲି ବ୍ୟାଙ୍କ ତଥ୍ୟ ଏବଂ ନକଲି କେୱାସି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ୨୩୪ଟି ଏକ୍ସପ୍ରେସ୍ କ୍ରେଡିଟ୍ ଋଣ ହାସଲ କରିଥିଲେ । ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଲାପଟପ୍ ଏବଂ ୫ଟି ମୋବାଇଲ୍ ଫୋନ୍ ଭଳି ଅନେକ ଆପରାଧିକ ସାମଗ୍ରୀ ଜବତ କରି ତଦନ୍ତ ଜାରି ରଖିଛି ଇଓଡବ୍ଲୁ ।