ସଂଚାର ବ୍ୟୁରୋ: ନାଳରେ ବୁଡ଼ି ୩ ନାବାଳକ ମୃତ। ମୟୂରଭଂଜ ସାରସକଣା ବ୍ଲକ ଛକ ନିକଟ ସୁବର୍ଣ୍ଣରେଖା କେନାଲରେ ବୁଡି ୩ ନାବାଳକ ମୃତ। ୩ ନାବାଳକଙ୍କୁ ଗୁରୁତର ଅବସ୍ଥାରେ କେନାଲରୁ ଉଦ୍ଧାର କରି ସିର୍ସା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ରିତିକ ସାହୁ, ଜିତ ସାହୁ ଏବଂ ରିତୁ ସାହୁ ବୋଲି ସୂଚନା ମିଳିଛି। ସନ୍ଧ୍ୟା ସମୟରେ ଖେଳୁଥିବା ସମୟରେ ବଲଟି କେନାଲ ପାଣିରେ ପଡିଯାଇଥିଲା। ବଲ୍ ଆଣିବାକୁ ଯାଇ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସାରସକଣା ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲା।