ସଂଚାର ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଵୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ହାତଗୋଡ ବାନ୍ଧି ଗଣ ଦୁଷ୍କର୍ମ ଘଟଣାରେ ଆସିଲା ରାୟ । ଦୁଇ ଅଭିଯୁକ୍ତ ଯୁବକଙ୍କୁ ୨୦ ଵର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ । ଏହାସହ ଦୁଇଲକ୍ଷ ଟଙ୍କା ଜୋରିମାନା କରିଛନ୍ତି କୋର୍ଟ । ଜୋରିମାନା ଅର୍ଥ ଅନାଦେୟ ଅଧିକ ଗୋଟିଏ ଵର୍ଷ କାରାଦଣ୍ଡର ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପିଡିତା ନାବାଳିକାକୁ ୭ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ୨୦୧୮ ଜାନୁଆରୀ ୩୦ ତାରିଖରେ ଵୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା । ୧୭ ଜଣଙ୍କ ସାକ୍ଷ୍ୟ ଵୟାନ ୧୪ ଟି ଦସ୍ତାବିଜକୁ ବିଚାରକୁ ନେଇ କୋର୍ଟ ଶୁଣାଣି କରିଥିବା ସ୍ଵତନ୍ତ୍ର ସରକାରୀ ପିପି ସୁଦାମ ଦାସ ସୂଚନା ଦେଇଛନ୍ତି ।