ସଂଚାର ବ୍ୟୁରୋ: ତାମିଲନାଡୁରେ ବଡ଼ ଅଘଟଣ। ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ। ଏହି ଅଘଟଣ ଘଟିଛି ଅଭିନେତା ବିଜୟ ତଥା ଟିଭିକେ ପାର୍ଟିର ରାଲିରେ। କରୁର୍ ସହରରେ ଏହି ଦୁର୍ଘଟଣା ଘଟିଛି। ବିଜୟଙ୍କର ଏକ ସମାବେଶ ହେବାର ଥିଲା। ଏଥିପାଇଁ ଲକ୍ଷାଧିକ ସମର୍ଥକ ତାଙ୍କୁ ଅପେକ୍ଷା କରିଥିଲେ। ସେ କିନ୍ତୁ ବହୁତ ଡେରିରେ ପହଞ୍ଚିଲେ। ଏଥିପାଇଁ ସମର୍ଥକଙ୍କ ଧୈର୍ଯ୍ୟ ଭାଙ୍ଗିଥିଲା। ସେ ୬ ଘଣ୍ଟା ଡେରିରେ ଆସିବାରୁ ଦଳାଚକଟା ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାର କାମ ଜାରି ରହିଛି। … ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପାଇଁ ନିର୍ଦ୍ଦେଶ। ଏହା ସହିତ ବରିଷ୍ଠ ମନ୍ତ୍ରୀଙ୍କୁ ସେ ଘଟଣାସ୍ଥଳକୁ ପଠାଇଛନ୍ତି।