ସଂଚାର ବ୍ୟୁରୋ: ବନ୍ଧୁକ ସହ ଦୁଇ ଡକାୟତ ଗିରଫ। ୨ ରାଉଣ୍ଡ ଜୀବନ୍ତ ଗୁଳି ଓ ନଗଦ ପାଞ୍ଚ ହଜାର ଟଙ୍କା ଏବଂ ମଟରସାଇକେଲ ଜବତ । ବଡ଼ମ୍ବା ଦମକଳ କେନ୍ଦ୍ର ନିକଟରେ ଡକାୟତି କରିବା ପାଇଁ ଉଦ୍ୟମ କରୁଥିବା ଦୁଇଜଣଙ୍କୁ ଗିରଫ କରିଛି ବଡ଼ମ୍ବା ପୋଲିସ | ଗତକାଲି ବିଳମ୍ବିତ ରାତିରେ ଏକ ନିୟୁଜ ଚାନେଲର ବୈଷୟିକ ଟିମ ନିଜର କାମ ସାରି କାର୍ଯ୍ୟାଳୟ ଫେରୁଥିବା ସମୟରେ ବଡ଼ମ୍ବା ଦମକଳ କେନ୍ଦ୍ର ନିକଟରେ ଦୁଇଯୁବକ ତାଙ୍କ ଗାଡ଼ି ଅଟକାଇ ବନ୍ଧୁକ ଦେଖାଇ ସେମାନଙ୍କ ନିକଟରୁ ୫ହଜାର ଟଙ୍କା ଛଡ଼ାଇ ନେଇଥିଲେ ଡକାୟତ | ଖବର ପାଇ ବଡ଼ମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର ଏବଂ ସହଯୋଗୀ ମାନଙ୍କ ସହ ମିଶି ବିଭିନ୍ନ ସ୍ଥାନ ମାନଙ୍କରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ସେମାନଙ୍କ ନିକଟରୁ ଏକ ଚୋରା ଦେଶୀ ବନ୍ଧୁକ, ୨ ରାଉଣ୍ଡ ଜୀବନ୍ତ ଗୁଳି, ୨ଗୋଟି ମୋବାଇଲ ଫୋନ ଓ ନଗଦ ୫ହଜାର ଟଙ୍କା ସମେତ ଏକ ଟିଭିଏସ ମୋଟରସାଇକେଲ ଜବତ କରାଯାଇଛି | ଦୁଇ ଗିରଫ ଅଭିଯୁକ୍ତ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ କୋଟପଲା ଗାଁର ଚିତ୍ରସେଣ ଓରଫ ରାଜେଶ ସାହୁ ଏବଂ ଶେଖ ମୁଜାଫର | ଖବର ପାଈ ଆଠଗଡ଼ ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଉକ୍ତ ଚୋରା ବନ୍ଧୁକ କେଉଁଠାରୁ ଆସିଲା ସେ ସମ୍ପର୍କରେ ପଚରାଉଚରା କରୁଛନ୍ତି ।