ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଆଉ ନିସ୍ତାର ନାହିଁ। ରାଜଧାନୀରେ ଆଜିଠୁ ଟ୍ରାଫିକ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ। ହେଲମେଟ, ବ୍ଲାକ ଫିଲ୍ମ, ବିକଟାଳ ହର୍ଣ୍ଣ, ସିଟବେଲ୍ଟ ପିନ୍ଧିନଥିଲେ ସାବଧାନ। ପୋଲିସ କରୁଛି ସ୍ଵତନ୍ତ୍ର ଅଭିଯାନ। ଆଗରୁ ବି ଏଥିପାଇଁ ସତର୍କ କରାଯାଇଥିଲା। ଏବେ ଫାଇନ ନୁହେଁ, ସିଧା ପିଆର ବଣ୍ଡରେ ଯିବ ଗାଡି। ଏଜି ଛକ ଓ ନାଲକୋ ଛକରେ ଚାଲିଛି କଡ଼ାକଡ଼ି ଚେକିଂ। ସମସ୍ତ ଛକ ବଜାରରେ ଚେକିଂ ହେବ ବୋଲି କୁହାଯାଇଛି। ରୋଡ଼ ରୋମିଓଙ୍କୁ ମିଳିବ ନାହିଁ ନିସ୍ତାର ।