ମେଷ: ଆଶା କରିଥିବା ଦିଗରୁ ଅର୍ଥ ମିଳିବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହୋଇପାରେ। ଅଯଥା ଖର୍ଚ୍ଚ କରନ୍ତୁନି। ଆୟ ଓ ବ୍ୟୟ ସମାନ ରହିବ।
ବୃଷ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖମୟ ହେବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ବ୍ୟବସାୟରୁ ଲାଭ ମିଳିବ। ଦୂରସ୍ଥାନ ଯାତ୍ରାଯୋଗ ରହିଛି। ପିଲାମାନେ ଖେଳମନସ୍କ ହେବେ।
ମିଥୁନ: ଦିନଟି ଶୁଭଫଳ ପ୍ରଦାନ କରିବ। ଆର୍ଥିକ ମାମଲାରେ ସୁଧାର ଆସିବ। ସହକର୍ମୀଙ୍କ ସହଯୋଗରୁ ଅଫିସ୍ କାର୍ଯ୍ୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧାର କରଜ କରିପାରନ୍ତି।
କର୍କଟ: ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ବର୍ତ୍ତମାନ ଭଲ ସମୟ। ସାମାଜିକ ପ୍ରତିଷ୍ଠା ବଢ଼ିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ସିଂହ: କର୍ମଚଞ୍ଚଳ ରହିବେ। ମନ ପ୍ରଫୁଲ୍ଲିତ ରହିବ। ଆୟଠୁ ବ୍ୟୟ ଅଧିକ ହେବେ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଘର ପାଇଁ ନୂଆ ଜିନିଷ କିଣିବେ। କଳା, ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିବ।
କନ୍ୟା: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ରାଜନୀତିରେ ସାମିଲ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୈବାହିକ ଜୀବନରେ ସମସ୍ୟା ଆସିବ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।
ତୁଳା: ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ମିଳିବ। ଆୟ ଅନୁସାରେ ବ୍ୟୟ ହେବ। ଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ନୂତନ ଜମି କ୍ରୟ କରିପାରନ୍ତି।
ବିଛା: ସୃଜନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମନ ପ୍ରସନ୍ନ ରହିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ମାନ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ହସଖୁସି ଲାଗି ରହିବ।
ଧନୁ: ନିବେଶରୁ ଲାଭ ମିଳିବ। କାର୍ଯ୍ୟରୁ ଆଶାଜନକ ଫଳ ମିଳିବ। ଆତ୍ମବିଶ୍ବାସର ସହ କାର୍ଯ୍ୟ ସମ୍ପାଦନ କରିବେ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଜୀବନସାଥୀଙ୍କ ସହଯୋଗ ମିଳିବ।
ମକର: ଶାରୀରିକ ଯନ୍ତ୍ରଣା ଭୋଗିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଭ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଖେଳାଳିଙ୍କୁ ସଫଳତା ମିଳିବ। ବ୍ୟବସାୟରେ କ୍ଷତି ଘଟିବ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ରହିଛି।
କୁମ୍ଭ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଧାର୍ମିକ କାର୍ଯ୍ୟ କରିବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ସମାଜସେବାରେ ନିଜକୁ ନିୟୋଜିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧାର ଟଙ୍କା ଫେରିପାଇବେ।
ମୀନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ବିଦ୍ୟାର୍ଥୀ ପଢ଼ାରେ ମନଯୋଗ ଦେବେ। ଘରକୁ ଅତିଥି ଆସିବେ। ବିଶେଷ କାର୍ଯ୍ୟରୁ ଲାଭ ମିଳିବ। ଦୂରସ୍ଥାନ ଯାତ୍ରା କରିପାରନ୍ତି।