ସଂଚାର ବ୍ୟୁରୋ: ୩ ନୂଆ କମିଟି ଗଠନ କଲା ବିଜୁ ଜନତା ଦଳ। ସମନ୍ୱୟ କମିଟିକୁ ସହଯୋଗ ପାଇଁ ଗଠନ ହେଲା ୩ କମିଟି। ୧୭ ଜଣ ସଦସ୍ୟଙ୍କୁ ନେଇ ଉପଦେଷ୍ଟା କମିଟି ଗଠିତ। ଏଥିସହ ସଦସ୍ୟତା ସଂଗ୍ରହ ଅଭିଯାନ କମିଟି ପାଇଁ ୨୨ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି। ସେହିପରି କାର୍ଯ୍ୟକ୍ରମ ପରିଚାଳନା କମିଟି ପାଇଁ ୨୧ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି। ଉପଦେଷ୍ଟା କମିଟିରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ସାମଲ, ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ବଦ୍ରି ନାରାୟଣ ପାତ୍ର, ମଙ୍ଗଳା କିଷାନ, ଭୂପିନ୍ଦର ସିଂହ, ରବି ନାରାୟଣ ନନ୍ଦ, ମହମ୍ମଦ ଆୟୁବ ଖାନ୍, ସରୋଜିନୀ ହେମ୍ବ୍ରମ, ଶଶିଭୂଷଣ ବେହେରା, ରଜନୀକାନ୍ତ ସିଂହ ଓ ଗଣେଶ୍ବର ବେହେରା ଉପଦେଷ୍ଟା କମିଟିରେ ସ୍ଥାନ ପାଇଛନ୍ତି।