ସଂଚାର ବ୍ୟୁରୋ: ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍ ଉପରେ ଚଢିଗଲା କଣ୍ଟେନର । ଦୁର୍ଘଟଣଆରେ ୩ ଜଣଙ୍କ ମୃତ୍ଯୁ । ଘଟଣା ସ୍ଥଳରେ ଜଣକର ମୃତ ହୋଇଥିବାବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମଧ୍ଯ ମୃତ୍ୟୁ ଘଟିଛି । ମୃତକ ହେଲେ ମସିଣାବିଲା ଗ୍ରାମର ବଳଭଦ୍ର ଖଟୁଆ, କାହ୍ନୁ ମୁଣ୍ଡା ଅନ୍ୟ ଜଣେ ହେଲେ ସାନ ବରବେଡା ଗ୍ରାମର ମହେଶ୍ବର ନାଏକ ।