ସଂଚାର ବ୍ୟୁରୋ: ବଲାଙ୍ଗୀର ସଇଁତଳାରୁ ନକଲି ଡାକ୍ତର ଗିରଫ । କୋଣସି ସୂତ୍ରରୁ ଖବର ପାଇ ଟିକ୍ରାପଡା ଠାରେ ଥିବା ଘରୋଇ ଡାକ୍ତରଖାନା ଉପରେ ଚଢାଉ କରି ଥିଲା ପୋଲିସ । ଘରୋଇ ଡାକ୍ତରଖାନାରୁ ବିପୁଳ ପରିମାଣରେ ଔଷଧ ଜବତ କରିବା ସହ ନକଲି ଡାକ୍ତର ବିଦ୍ୟତ ବିଶ୍ବସଙ୍କୁ ଗିରଫ କରିଛି ପୋଲିସ । ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳରେ ବଙ୍ଗାଳି ନକଲି ଡାକ୍ତର ମନମୁଖି ଡାକ୍ତର ଖାନ ଖୋଲି ରୋଗୀ ଦେଖୁଛନ୍ତି । ତେବେ ସବୁ ଜାଣି ଜିଲ୍ଲା ପ୍ରଶାସନ ଚୁପ ରହୁଥିବା ଅଭିଯୋଗ ହୋରଛି ।