ସଂଚାର ବ୍ୟୁରୋ: ନିର୍ମାଣାଧିନ ପାଇଖାନାରେ ଟାଙ୍କିରେ ଫସି ୨ ଶ୍ରମିକ ମୃତ। ଅନୁଗୁଳ ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ଶକ୍ତି ନଗର କଲୋନୀରେ ନବନିର୍ମିତ ପାଇଖାନା ଟାଙ୍କିରେ ଫସି ଦୁଇ ଜଣ ଶ୍ରମିକଙ୍କ ମୃତ୍ଯୁ ହୋଇଛି। ମୃତ ଶ୍ରମିକ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ରେଢମ ଗାଁର ରଘୁ ହାଁସଦା ଓ ମେଡ଼ ନାଗ। ପାଇଖାନା ଟାଙ୍କିରେ ଦୁଇ ଶ୍ରମିକ କାମ କରିବାକୁ ଯାଇଥିଲେ।
ପ୍ରାୟ ଦୁଇ ଘଣ୍ଟା ହେବ ଦୁଇ ଶ୍ରମିକଙ୍କ କୌଣସି କାର୍ଯ୍ୟରେ ଶବ୍ଦ ଶୁଣା ନ ଯିବାରୁ ଘର ମାଲିକ ଓ ଅନ୍ୟ ଶ୍ରମିକମାନେ ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ। ଦୁଇଜଣ ଶ୍ରମିକ ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ। ମାଲିକ ଏହା ଦେଖି ତୁରନ୍ତ ବଅଁରପାଳ ଦମକଳ ବାହୀନିକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଟାଙ୍କିକୁ ଜେସିବି ସାହାଯ୍ୟରେ ଭାଙ୍ଗି ଟାଙ୍କିରେ ପାଣି ଫୁଲ ଥିବାରୁ ମଟର ସାହାଯ୍ୟରେ ପାଣିକୁ ବାହାର କରିବା ସହିତ ମୃତଦେହକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।