ଦିଘା ଜଗନ୍ନାଥ ମନ୍ଦିର ମିଠାକୁ ମହାପ୍ରସାଦ କହି ଘରେ ଘରେ ବାଣ୍ଟିବା ପ୍ରସଙ୍ଗ । କଡା ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଇସ୍କନକୁ ଯଦି ସେବାପୂଜା କରିବାର ଅଛି ତେବେ ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ମାନିବାକୁ ପଡିବ ବୋଲୋ କହିଛନ୍ତି ଗଜପତି । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଜପତି । ଇସ୍କନ ସଂସ୍ଥା ସହ ଆଲୋଚନା ପରେ ସେମାନେ ପରମ୍ପରା ଅନୁଯାୟୀ ରଥଯାତ୍ରା କରିବାକୁ ରାଜି ହୋଇଛନ୍ତି ।
କିନ୍ତୁ ଭାରତ ବାହାରେ ଇସ୍କନର ମୁଖ୍ୟ କାର୍ଯ୍ୟାଳୟ ଯେଉଁ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି ସେ ପର୍ଯ୍ୟନ୍ତ ଏହା ବନ୍ଦ ହେବନାହିଁ । ୨୦୨୪ ରେ ଗଜପତିଙ୍କ ସହ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ତରଫରୁ ଶାସ୍ତ୍ରୀୟ ମତ ରଖାଯାଇଥିଲା । ପରେ ମାର୍ଚ୍ଚ ୨୦ ରେ ଭୁବନେଶ୍ୱରରେ ଶ୍ରୀମନ୍ଦିର ପଣ୍ଡିତ ମାନେ ଶାସ୍ତ୍ର ଆଧାରିତ ମତ ରଖିଥିଲେ ।
ଶ୍ରୀମନ୍ଦିର ପ୍ରଶାସନର ପୂର୍ଣ୍ଣାଙ୍ଗ ମତ ପାଇଲା ପରେ ସେମାନେ ଅଦିନିଆ ରଥଯାତ୍ରା ବନ୍ଦ କରିବେ ବୋଲି ଆଶା ରଖିଛନ୍ତି ଗଜପତି ମହାରାଜା । ସେହିପରି ଶ୍ରୀଜଗନ୍ନାଥଙ୍କୁ ନେଇ ଅପସଂସ୍କୃତି ଓ ତ୍ରୁଟିଯୁକ୍ତ ତଥ୍ୟ ଦୂର ପାଇଁ ଶ୍ରୀଜଗନ୍ନାଥ ପ୍ରଶାସନର ସାଂସ୍କୃତିକ ସବ କମିଟିକୁ ପୁନଃ କ୍ରିୟାନ୍ଵିତ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜା ।.