ସଂଚାର ବ୍ୟୁରୋ: ପ୍ରଖ୍ୟାତ କବି, ନାଟ୍ୟକାର, ଗୀତିକାର, ସଂଳାପକାର, ଅଭିନେତା ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୫ ଦିନ ତଳେ ପୁରୀ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରୂପକଳ୍ପ ମିଶ୍ର , ପୁତ୍ରବଧୂ ଓ ପତ୍ନୀ ଉପସ୍ଥିତ ଥିଲେ।

