ସଂଚାର ବ୍ୟୁରୋ: ଟ୍ରେନ ଆଗକୁ ଡେଇଁଲେ ଯୁବକ । ଭୁବନେଶ୍ବର ସରକନ୍ତରା ରେଳ ଫାଟକ ନିକଟରେ ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାଁ ସଞ୍ଜୟ ପରିଡା। ବୟସ ପାଖାପାଖି ୪୦ ବର୍ଷ ହେବ । ଘର ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ପୋଲିସ । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି GRP ।