Monday, December 1, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ବିଶ୍ୱ ସାଇକେଲ ଦିବସ

Sanchar Live by Sanchar Live
June 3, 2025
in ଓଡିଶା
0
ଆଜି ବିଶ୍ୱ ସାଇକେଲ ଦିବସ
0
SHARES
9
VIEWS
FacebookTwitter

ନିୟମିତ ସାଇକଲ ଚାଳନା ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖେ। ସାଇକଲ କେବଳ ବ୍ୟକ୍ତିର ପରିବହନର ମାଧ୍ୟମ ନୁହେଁ, ବରଂ ଉତ୍ତମ ସ୍ୱାସ୍ଥ୍ୟର ସାଥୀ ପାଲଟି ଯାଇଛି। ସାଇକଲର ବ୍ୟବହାରକୁ ବହୁଳ ଭାବେ ବଢ଼ାଇବା ପାଇଁ ଜୁନ୍ ୩ ତାରିଖକୁ ‘ବିଶ୍ୱ ସାଇକଲ ଦିବସ’ ଭାବରେ ଘୋଷଣା କରିଛି ‘ମିଳିତ ଜାତିସଂଘ’ । କୁନି କୁନି ପିଲା ତଥା ଯୁବଗୋଷ୍ଠୀଙ୍କୁ ସାଇକଲ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା। ଏବେ ସାଇକେଲ ଅଛି ସତ । କିନ୍ତୁ ଗଡ଼ିବା ଅବସ୍ଥାରେ ନାହିଁ । ସହରର ରାସ୍ତାଗୁଡ଼ିକରେ ବହୁତ କମ୍‌ ସଂଖ୍ୟାରେ ସାଇକଲ ଦେଖିବାକୁ ମିଳୁଛି।

ଦୁଇଚକିଆ, ଚାରିଚକିଆ ଗାଡ଼ିର ହର୍ଣ୍ଣ ମଧ୍ୟରେ ହଜିଗଲାଣି ସାଇକଲ କ୍ରିଂ କ୍ରିଂ ଶବ୍ଦ। ଅତି ଗରିବ ଶ୍ରେଣୀର ଲୋକେ ମଧ୍ୟ ସାଇକଲ ଛାଡ଼ି ମୋଟର ସାଇକଲ ଚଢ଼ିବା ଉପରେ ଗୁରୁତ୍ବ ଦେଉଛନ୍ତି। ଶରୀରକୁ ସୁସ୍ଥ ରଖିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ‘ବିଶ୍ବ ସାଇକଲ ଦିବସ’ ପାଳନ କରାଯାଉଛି। ସାରା ବିଶ୍ବରେ ନେଦରଲ୍ୟାଣ୍ଡ ଏକମାତ୍ର ଦେଶ, ଯେଉଁଠି ଆଜି ବି ସାଇକଲ ଅଧିକ ଭାବେ ବ୍ୟବହାର କରାଯାଇଥାଏ। ଏହି ଦେଶର ସରକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସାଇକଲ ଚଳାଇବା ଉପରେ ସେଠାକାର ନାଗରିକଙ୍କୁ ପରାମର୍ଶ ଦେଇଥାନ୍ତି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାଇକଲ ଚଳାଇ ତାଙ୍କ କାର୍ଯ୍ୟାଳୟକୁ ଆସନ୍ତି। ସାଇକଲ ଚଳାଇବା ଦ୍ବାରା ଏହା ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏହା ହୃଦ୍‌ଯନ୍ତ୍ର ଓ ଫୁସ୍‌ଫୁସ୍‌କୁ ଭଲ ରଖିବାରେ ସାହାଯ୍ୟ କରେ। ନିୟମିତ ଅଧଘଣ୍ଟା ସାଇକଲ ଚଳାଇବା ଦ୍ବାରା ପେଟର ଚର୍ବି ହ୍ରାସ ପାଇଥାଏ। କେବଳ ସେତିକି ନୁହେଁ, ନିୟମିତ ସାଇକଲ ଚଳାଇବା ଦ୍ବାରା ଶରୀରର ଇମ୍ୟୁନୋ ସିଷ୍ଟମ୍‌ ଠିକ୍‌ ଭାବେ କାମ କରିଥାଏ।

୧୯୬୦ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସାଇକଲର ସମୟ ଥିଲା। ଏବେ କିନ୍ତୁ ସାଇକଲ କେବଳ ବ୍ୟାୟାମ କରିବା ଉଦ୍ଦେଶ୍ୟରେ ତଥା ଆଥ୍‌ଲେଟିକ୍ସମାନଙ୍କ ଦ୍ବାରା ବ୍ୟବହାର କରାଯାଉଛି।

ସମୟ ସହ ତାଳ ଦେଇ ସାଇକଲରେ ଅନେକ ପରିବର୍ତ୍ତନ ଆସିଛି। ଦିନ ଥିଲା ‘ରାଲେ’, ‘ଆଟ୍‌ଲାସ୍‌’, ‘ହରକ୍ୟୁଲେସ୍’ଏବଂ ‘ହିରୋ’ ପରି କିଛି କମ୍ପାନୀ ନିଜ ସାଇକେଲ ବ୍ରାଣ୍ଡ ଭାବେ ଲୋକମାନଙ୍କ ମଧ୍ୟରେ ଛାପ ସୃଷ୍ଟି କରିଥିଲେ । କିନ୍ତୁ ଜଗତୀକରଣ ପରେ ବିଶ୍ୱର ନାମୀଦାମୀ କମ୍ପାନୀର ସାଇକଲ ଏବେ ହାତ ପାହାନ୍ତାରେ ମିଳି ପାରୁଛି। ଅଳ୍ପ ଦୂରରେ ଥିବା ସ୍ଥାନଗୁଡ଼ିକୁ ଯିବା ଆସିବା ପାଇଁ ବାଇକ୍ କିମ୍ବା ଚାରିଚକିଆ ଯାନ ପରିବର୍ତ୍ତେ ସାଇକଲ୍ ବ୍ୟବହାର କରିବା ଦ୍ବାରା ଦିନକୁ ହଜାର ହଜାର ଲିଟରର ପେଟ୍ରୋଲ୍‌ ଓ ଡିଜେଲ୍‌ ନଷ୍ଟ ହେବାରୁ ରକ୍ଷା ମିଳିବା ସହ ପ୍ରଦୂଷଣ ସ୍ତର ମଧ୍ୟ ହ୍ରାସ ପାଇବ। ସାଇକଲକୁ ଓଡ଼ିଆରେ ଆଗରୁ ‘ଶୁନଗାଡ଼ି’ କୁହାଯାଉଥିଲା । ଏବେ ଏହି ଶବ୍ଦ ପ୍ରାୟତଃ ମୃତ। ତେବେ ପ୍ରତିବର୍ଷ ଆଜିର ଦିନରେ ବିଶ୍ବ ସାଇକଲ ଦିବସ ପାଳନ କରି ଏହାର ବ୍ୟବହାରକୁ ବଢ଼ାଇବା ପାଇଁ ପ୍ରୋତ୍ସାହିତ କରନ୍ତି ସାଇକଲ ପ୍ରେମୀ। ସେହିଭଳି ଏହି ଦିନ ସାଇକଲ Ñଲି, ପୋଷ୍ଟର ପ୍ରତିଯୋଗିତା, ବିତର୍କ, ନିବନ୍ଧ ଲିଖନ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଏ।

Tags: indiaWorld cycle day
ShareTweetShareSend
Sanchar Live

Sanchar Live

Next Post
ଜଳୁଛି ରାଜଧାନୀ, ଦିନ ୧୧ଟା ୩୦ ସୁଦ୍ଧା ୩୭ ଦଶମିକ ୪ ଡିଗ୍ରୀ

ଆଉ ସହି ହେଉନି ଗରମ, କୁଆଡେ ଗଲା ବର୍ଷା?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ, ୨୦ ଘଣ୍ଟା ହେଲା…
  • ଦିଲ୍ଲୀରେ ମର୍ସିଡିସ-ବେଞ୍ଜ ଏସୟୁଭି ନେଲା ଜଣକ ଜୀବନ
  • ଦିଲ୍ଲୀ ମହାନଗର ନିଗମର ୧୨ଟି ୱାର୍ଡରେ ଉପନିର୍ବାଚନ
  • ଶ୍ରୀଲଙ୍କାରେ ତାଣ୍ଡବ ରଚି ଭାରତ ମୁହାଁ ସାମୁଦ୍ରିକ ଝଡ଼ ଡିଟୱା
  • ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତିରେ ସାମାନ୍ୟ ଆଶ୍ଵସ୍ତି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.