ସଂଚାର ବ୍ୟୁରୋ: ପଶ୍ଚିମବଂଗ ଦୁର୍ଗାପୁର ଗସ୍ତରେ ବାହାରିଲେ ରାଜ୍ୟ ମହିଳା କମିଶନ ର ଟିମ। ଦୁର୍ଗାପୁରରେ ଘରୋଇ ମେଡିକାଲକୁ ଯାଇ ସ୍ଥିତି ବିଷୟରେ ପଚାରି ବୁଝିବ ଏହି ଟିମ। ପଶ୍ଚିମବଂଗ ପ୍ରଶାସନିକ ଅଧିକାରୀଙ୍କ ସହ ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିବେ। ମାମଲାରେ ତଦନ୍ତ ଅଗ୍ରଗତି ନେଇ ପଚାରି ବୁଝିବ ଟିମ।ପୀଡ଼ିତା ଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ଗୁରୁତ୍ଵାରୋପ କରିବ ରାଜ୍ୟ ମହିଳା କମିଶନ ଟିମ। ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ଭେଟିବେ କମିଶନ ର ଟିମ। ଘଟଣାରେ ପୀଡ଼ିତାଙ୍କୁ ଯେପରି ନ୍ୟାୟ ମିଳିପାରିବ ସେ ନେଇ ଅଧିକ ଗୁରୁତ୍ଵ ଦେବ ରାଜ୍ୟ ମହିଳା କମିଶନ ଟିମ।.

