ମୟୁରଭଞ୍ଜ :ପାରିବାରିକ କଳହକୁ ନେଇ ଜୀବନ ହରାଇବାକୁ ଗଛକୁ ଚଢ଼ିଗଲେ ମହିଳା । ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଲା ହାଇଡ୍ରାମା । ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କରିଛନ୍ତି ମହିଳାଙ୍କୁ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶାମଖୁଣ୍ଟା ବ୍ଲକ ଧନପୁର ଗାଁ ରେ ।
ଧନପୁର ଅଞ୍ଚଳର ସତ୍ୟ ନାରାୟଣ ମହାନ୍ତଙ୍କ ସ୍ତ୍ରୀ ହେଉଛନ୍ତି ଚିନ୍ତାମଣି ମହାନ୍ତ । ସୂଚନାନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ଘର ପାଖରେ ଥିବା ଏକ ଗଛ ଉପରକୁ ଚଢ଼ି ଯାଇଥିଲେ ମହିଳା । ବହୁ ସମୟ ଧରି ପରିବାର ଲୋକେ ବୁଝା ସୁଝା କରିବା ପରେ ମଧ୍ୟ ମହିଳା ଜଣକ ଗଛରୁ ଓହ୍ଲାଇ ନ ଥିଲେ ।
ଶେଷରେ ବାଧ୍ୟ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ପରିବାର ଲୋକେ । ଖବର ପାଇ ବାରିପଦା ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଗଛରୁ ଓହ୍ଲାଇବାକୁ ସକ୍ଷମ ହୋଇଛନ୍ତି ।

