ସଂଚାର ବ୍ୟୁରୋ: ଭୁବନରେ ନିଜ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ପାରିବାରିକ କଳହରୁ ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଫୋରେନସିକ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ମହିଳାଙ୍କ ସ୍ବାମୀ ଜଣେ ଗାଡି ଚାଳକ। କିଛି ଦିନ ହେଲା ରୋଜଗାର ହେଉନଥିବାରୁ ପରିବାରରେ ଆର୍ଥିକ ସଙ୍କଟ ଲାଗି ରହିଥିଲା। ସେହିପରି ଫାଇନାନ୍ସ କମ୍ପାନୀରୁ ଋଣ ସୁଝିବାକୁ ନେଇ ମଧ୍ୟ ଚିନ୍ତା ଲାଗି ରହିଥିଲା। ତେବେ ଲୋକ ଲଜ୍ଜା ଭୟରେ ମହିଳା ଜଣକ ଶାଢୀରେ ନିଆଁ ଲଗାଇ ଜଳି ଯାଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଭୁବନ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି