ସଂଚାର ବ୍ୟୁରୋ: ଜମ୍ମୁ କାଶ୍ମୀରର ଅନେକ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ପଶ୍ଚିମାଝଡ଼ ପ୍ରଭାବରେ ଜାମ୍ମୁ କାଶ୍ମୀରରେ ଗ୍ରୀଷ୍ମ ଆରମ୍ଭରେ ଶୀତ ପୁଣି ଫେରିଆସିଛି । କାଶ୍ମୀରର କିଛି ଉଚ୍ଚ ସ୍ଥାନରେ ତୁଷାରପାତ ହୋଇଥିବାବେଳେ ଉପତ୍ୟକାର ବ୍ୟାପକ ଅଂଶରେ ବର୍ଷା ହୋଇଛି । ବାରାମୁଲାର କିଛି ଅଞ୍ଚଳରେ ଗୁଲମାର୍ଗ, ପହଲଗାମ, ସୋନମର୍ଗ, କୋକର୍ନାଗ, କୁପୱାରା ଏବଂ କାଶ୍ମୀରର ଅନ୍ୟାନ୍ୟ ଉଚ୍ଚ ଅଞ୍ଚଳରେ ତୁଷାରପାତ ହୋଇଛି । ଉପତ୍ୟକା ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୯ ଡିଗ୍ରୀକୁ ହ୍ରାସ ପାଇଛି । ସୋମବାର ଜାମ୍ମୁ କାଶ୍ମୀରର ଅନେକ ଅଞ୍ଚଳରେ ତୁଷାରପାତ ହୋଇଥିଲା । ତୁଷାରପାତ ପରେ, ବାନିହାଲର ପର୍ବତଗୁଡିକ ଧଳା ଚାଦରର ଆସ୍ତରଣ ଅର୍ଥାତ୍ ବରଫ ଦ୍ୱାରା ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି । ତୁଷାରପାତ ହେତୁ ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ତାପମାତ୍ରା ହ୍ରାସ ଯୋଗୁଁ ଥଣ୍ଡା ବୃଦ୍ଧି ପାଇଛି । ତୁଷାରପାତ ଯୋଗୁଁ କାଶ୍ମୀରର ଅନେକ ଅଞ୍ଚଳକୁ ଯୋଗାଯୋଗ ବନ୍ଦ ହୋଇଯାଇଛି। ବୈଷ୍ଣୋ ଦେବୀଙ୍କ ତ୍ରିକୁଟା ପର୍ବତରେ ୧ରୁ ୨ ଇଞ୍ଚ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ମାର୍ଚ୍ଚ ୧୦ ପରେ ପାଣିପାଗର ପରିବର୍ତ୍ତନ ଦେଖାଯିବ ବୋଲି କହିଛି ପାଣିପାଗ ବିଭାଗ ।