Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଗୁରୁବାର ରାତିରୁ ରାଜ୍ୟରେ କମିବ ଶୀତ

Sanchar Live by Sanchar Live
November 28, 2024
in ଓଡିଶା
0
ଗୁରୁବାର ରାତିରୁ ରାଜ୍ୟରେ କମିବ ଶୀତ

Oplus_131072

0
SHARES
2
VIEWS
FacebookTwitter

ଭୁବନେଶ୍ୱର:  ଗୁରୁବାର ରାତିରୁ ରାଜ୍ୟରେ ଶୀତ  କମିବ । ରାତି ତାପମାତ୍ରା ପ୍ରାୟ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଏହା ପ୍ରଭାବରେ  କମ୍‌ ଶୀତ ଅନୁଭୂତ ହେବ । ଉଭୟ  ପାଣିପାଗ ବିଭାଗ ଓ ପାଣିପାଗ ବିଶେଷଜ୍ଞ  ଏଭଳି ପୂର୍ବାନୁମାନ କରିଛନ୍ତି । ସେହିଭଳି ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ  ହେବାକୁ ଥିବା ବାତ୍ୟା ପ୍ରଭାବରେ  ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ଭୁବନେଶ୍ୱର ଓ ସଂଲଗ୍ନ  ଉପକୂଳ ଜିଲ୍ଲାରେ ୨୮ ତାରିଖ ରାତିରେ  ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ  ବଢ଼ିବ । ୨ ତାରିଖ ଯାଏ ରାତି ତାପମାତ୍ରା  ଅଧିକ ରହିବ ଓ ଶୀତ କମ୍‌ ରହିବ ।  ୩ ତାରିଖରେ ରାତି ତାପମାତ୍ରା ପୁଣି  ୨ ଡିଗ୍ରୀ କମିଯିବ । ୪, ୫ ଓ ୬  ତାରିଖରେ ଏଭଳି ତାପମାତ୍ରା ରହିବ ।  ଡିସେମ୍ବର ୧ ତାରିଖ ଯାଏ ଦିନରେ ପାଗ  କୋହଲା ରହିବ । ୩୦ ତାରିଖ ରାତିରେ  ଆଭ୍ୟନ୍ତରୀଣ ଜିଲ୍ଲାରେ ରାତି ତାପମାତ୍ରା  ୩ ଡିଗ୍ରୀ ବଢ଼ିବ । ୧ ତାରିଖରେ ପୁଣି  ୨ ଡିଗ୍ରୀ କମିବ । ଡିସେମ୍ବର ୫ ତାରିଖ  ଯାଏ ଏଭଳି ତାପମାତ୍ରା ରହିବ ବୋଲି  ସେ ପୂର୍ବାନୁମାନ କରିଛନ୍ତି । ଆସନ୍ତା  ୭ଦିନ ଯାଏ କୁହୁଡ଼ି ଦୃଶ୍ୟମାନ ହେବନି  ବୋଲି ମଧ୍ୟ ସେ ଆକଳନ କରିଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଅବପାତ ଆସନ୍ତା ୧୨ ଘଣ୍ଟାରେ ଛୋଟ  ବାତ୍ୟାରେ ପରିଣତ ହୋଇପାରେ ।  ସମୁଦ୍ର ଉପରେ ଥିବା ସମୟରେ ଏହାର  ପ୍ରଭାବ ଅଧିକ ରହିବ । ୩୦ ତାରିଖରେ  ବାତ୍ୟା ଉପକୂଳ ଛୁଇଁବା ବେଳକୁ ଦୁର୍ବଳ  ହୋଇଯିବ । ସ୍ଥଳଭାଗରେ କମ୍‌ ବର୍ଷା ଓ  ପବନ ହୋଇପାରେ । ତେବେ ଓଡ଼ିଶା  ଉପରେ ବାତ୍ୟାର ପ୍ରଭାବ ପଡ଼ିବାର  ସମ୍ଭାବନା କମ୍‌ । ଦକ୍ଷିଣ ଉପକୂଳ ତଥା  ଗଞ୍ଜାମରେ ହାଲୁକା ବର୍ଷା ହୋଇପାରେ ।  ଉପକୂଳ ଓଡ଼ିଶାରେ ଆସନ୍ତା ୪ ଦିନ  ପାଗ ମେଘୁଆ ରହିବ । ଏହା ପର  ତିନି ଦିନ ପାଗ ଆଂଶିକ ମେଘୁଆ ରହିବ । ଆଭ୍ୟନ୍ତରୀଣ ଅଞ୍ଚଳରେ ପାଗ  ଶୁଖିଲା ରହିବ ।୩୦ ତାରିଖରେ ପାଗ  ମେଘୁଆ ରହିବ ବୋଲି ପ୍ରଫେସର  ପଶୁପାଳକ ଆକଳନ କରିଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ  କହୁଛି, ୨୮, ୨୯ ଓ ୩୦ ତାରିଖରେ  ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶା  ସମେତ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା  ହୋଇପାରେ । ୨୮ ତାରିଖରେ କେନ୍ଦ୍ରାପଡ଼ା,  ଭଦ୍ରକ, ଜଗତସିଂହପୁର, ପୁରୀ,  ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲୁକା  ବର୍ଷା ହୋଇପାରେ । ୨୯ ତାରିଖରେ  ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା,  କୋରାପୁଟ ଓ ମାଲକାନଗିରିରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।  ୩୦ ତାରିଖରେ ଉପକୂଳ ଓଡ଼ିଶା  ସମେତ ରାୟଗଡ଼ା, କୋରାପୁଟ,  ମାଲକାନଗିରି, ମୟୂରଭଞ୍ଜରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।  ଆସନ୍ତା ତିନି ଦିନରେ ରାଜ୍ୟରେ ରାତି  ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ।

Tags: odishawinter
ShareTweetShareSend
Sanchar Live

Sanchar Live

Next Post
୨୫ ବର୍ଷୀୟା ଏୟାର ଇଣ୍ଡିଆ‌ ପାଇଲଟ୍‌  ଆତ୍ମହତ୍ୟା, ବୟଫ୍ରେଣ୍ଡ ଗିରଫ

୨୫ ବର୍ଷୀୟା ଏୟାର ଇଣ୍ଡିଆ‌ ପାଇଲଟ୍‌ ଆତ୍ମହତ୍ୟା, ବୟଫ୍ରେଣ୍ଡ ଗିରଫ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.