ସଂଚାର ବ୍ୟୁରୋ: ସ୍ବାମୀ,ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ହୋମ ନିଆଁକୁ ସାକ୍ଷୀ ରଖି ଜନ୍ମ ଜନ୍ମାନ୍ତର ପାଇଁ ହାତ ଧରନ୍ତି । ଜୀବନସାରା ସାଥୀ ହୋଇ ରହିବା ପାଇଁ କଥା ଦିଆ ନିଢ଼ଆ ହୋଇଥାନ୍ତି । ମାତ୍ର ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିବାହର ମାତ୍ର ୪୦ ଦିନରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବାକୁ ଆବେଦନ କରିଛନ୍ତି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ କି, ଶାଶୁଘର ଲୋକେ ନିର୍ଯାତନା ଦେଉଥିବେ କିମ୍ବା ସ୍ବାମୀ ଅଯୋଗ୍ୟ ହୋଇଥିବେ । ଯେଉଁ କାରଣରୁ ମହିଳା ଜଣକ ଏପରି ଏକ ଚରମ ପଦକ୍ଷେପ ନେବାକୁ ଯାଉଛନ୍ତି । ଯଦି ଏଭଳି କିଛି ଭାବୁଥିବେ ତାହେଲେ ଏହା ସମ୍ପୂର୍ଣ୍ଣ ଭୁଲ । କାରଣ ଏମାନଙ୍କ ଛାଡ଼ପତ୍ରର ମୁଖ୍ୟ କାରଣ ହେଉଛି ସ୍ବାମୀ ନଗାଧୋଇବା । ପୁରୁଷ ଜଣକ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ । ଆଉ ନଗାଧୋଇବା କାରଣରୁ ତାଙ୍କ ଦେହରୁ ଦୁର୍ଗନ୍ଧ ବାହାରୁଛି । ଆଉ ସ୍ତ୍ରୀ ଏହାକୁ ସହିପାରୁନଥିବା ଅଭିଯୋଗ କରିଛନ୍ତି । ଆ!ଗ୍ରାରୁ ଏଭଳି ଖବର ସାମ୍ନାକୁ ଆସିଛି ।
ଆଗ୍ରାର ନବ ବିବାହିତ ମହିଳାଙ୍କ ଅନୁସାରେ ତାଙ୍କ ସ୍ବାମୀ ମାସରେ କେବଳ ଦୁଇ ଥର ଗାଧୋଇଥାନ୍ତି । ଯେଉଁ କାରଣରୁ ତାଙ୍କ ଶରୀରରୁ ଦୁର୍ଗନ୍ଧ ବାହାରୁଛି । ଏହି କାରଣରୁ ମହିଳା ଆଗ୍ରାର କୌଣସି ଫ୍ୟାମିଲି କାଉନସିଲିଂ ସେଣ୍ଟରରେ ଅଭିଯୋଗ କରି କହିଛନ୍ତି ଯେ ମୋ ସ୍ବାମୀ ନିଜ ଦେହର ଧ୍ୟାନ ଦେଉନାହାନ୍ତି। ଏଥିଯୋଗୁ ମୁଁ ଚାହୁଁନାହିଁ ତାଙ୍କ ସହ ରହିବାକୁ । ସେ ଏହା ବି କହିଛନ୍ତି କି ତାଙ୍କ ସ୍ବାମୀ ସପ୍ତାହରେ ଗୋଟିଏ କିମ୍ବା ଦୁଇ ଦିନ ନିଜ ଉପରେ ଗଙ୍ଗାଜଳ ପକାଇ ଦେଇଥାନ୍ତି । ମହିଳାଙ୍କ ଅନୁସାରେ ୪୦ଦିନର ବିବାହରେ ତାଙ୍କ ସ୍ବାମୀ କେବଳ ୬ଦିନ ଗାଧୋଇଛନ୍ତି । ଏବେ ମହିଳା ଜଣଙ୍କ ନିଜ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ସାଉଁଣ୍ଟୁଛି । ଏହାକୁ ନେଇ ବହୁ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି ।