Tuesday, September 22, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ମାତ୍ର ୨୯ ବର୍ଷରେ କାହିଁକି କ୍ରିକେଟରୁ ଅବସର ଘୋଷଣା କଲେ ନିକୋଲସ ପୂରନ

Sanchar Live by Sanchar Live
June 10, 2025
in କ୍ରୀଡ଼ା
0
ମାତ୍ର ୨୯ ବର୍ଷରେ କାହିଁକି କ୍ରିକେଟରୁ ଅବସର ଘୋଷଣା କଲେ ନିକୋଲସ ପୂରନ

Oplus_131072

0
SHARES
99
VIEWS
FacebookTwitter

ୱେଷ୍ଟଇଣ୍ଡିଜ ଷ୍ଟାର କ୍ରିକେଟର ତଥା ୱିକେଟକିପର ନିକୋଲସ ପୂରନ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ସବୁଠୁ ବଡ଼ କଥା ହେଉଛି ମାତ୍ର ୨୯ ବର୍ଷ ବୟସରେ ସେ ଅବସର ଘୋଷଣା କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଅବସର ନେଇ ଘୋଷଣା କରିଛନ୍ତି ନିକୋଲସ୍ ।

ମାତ୍ର ୨୯ ବର୍ଷରେ ଅଚାନକ ଅବସର- ସୋସିଆଲ ମିଡିଆରେ ନିକୋଲସ ଲେଖିଛନ୍ତି, ”ଏ ଖେଳ ଯାହାକୁ ଆମେ ବହୁତ ଭଲ ପାଉ । ଯାହା ଆମକୁ ବହୁତ ଖୁସି ଦିଏ । ବହୁତ ବିଚାର, ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛି । କେବେ ଭୁଲି ନପାରିବା ପରି  ସ୍ମୃତି ଏବଂ ୱେଷ୍ଟଇଣ୍ଡିଜକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି । ମେରୁନ ରଙ୍ଗର ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ପାଇଁ ଛିଡା ହେବା ଏବଂ ପ୍ରତିଥର ମୈଦାନରେ ଶତପ୍ରତିଶତ ଦେବା ମୋ ପାଇଁ କଣ ଏହାର ଅର୍ଥକୁ ଶବ୍ଦରେ ବୟାନ କରିବା ସମ୍ଭବ ନୁହେଁ । ଅଧିନାୟକ ହିସାବରେ ଟିମ୍‌ର ନେତୃତ୍ୱ ନେବା ମୋ ପାଇଁ ସର୍ବଦା ସମ୍ମାନର କଥା ହେବ । ଅତୁଟ ଭଲପାଇବା ଓ ଏ ଯାତ୍ରାରେ ମୋତେ ସମର୍ଥନ କରିଥିବାରୁ  ମୋର ପରିବାର ଓ ଫ୍ୟାନ୍ସଙ୍କୁ ଧନ୍ୟବାଦ । ୱେଷ୍ଟଇଣ୍ଡିଜ କ୍ରିକେଟ ପାଇଁ ମୋର ଭଲ ପାଇବା କେବେ କମ୍ ହେବ ନାହିଁ । ”

୧୯୯୫ ଅକ୍ଟୋବର ୨ରେ ଜନ୍ମିତ ନିକୋଲସ୍‌ ୨୦୧୬ରେ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିଲେ । ଏହାର ୩ ବର୍ଷ ପରେ ୨୦୧୯ରେ ଦିନିକିଆରେ ପଦାର୍ପଣ କରିଥିଲେ । ସେ କେବେ ବି ଟେଷ୍ଟ କ୍ରିକେଟ ଖେଳି ନାହାନ୍ତି । ୱେଷ୍ଟଇଣ୍ଡିଜ ପାଇଁ ସେ ୬୧ଟି ଦିନିକିଆ, ୧୦୬ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ସେ ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ବି ଥିଲେ । ଦିନିକିଆରେ ୧୯୮୩ ରନ୍ ଓ ଟି-ଟ୍ୱେଣ୍ଟିରେ ୨୨୭୫ ରନ୍ କରିଛନ୍ତି ।

ଦିନିକିଆରେ ୩ ଶତକ ଓ ୧୧ ଅର୍ଦ୍ଧଶତକ ତାଙ୍କ ନାମରେ ରହିଛି । ଟି-ଟ୍ୱେଣ୍ଟିରେ ୧୩ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୨୪ ଡିସେମ୍ବର ୧୯ରେ ବାଂଲାଦେଶ ବିପକ୍ଷରେ ଟି-ଟ୍ୱେଣ୍ଟି ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଥିଲା । ଆଇପିଏଲ୍‌ରେ ସେ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ ଟିମ୍‌ରେ ଅଛନ୍ତି । ଚଳିତ ସିଜନ୍‌ରେ ସେ ୫ ଶହରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ଫ୍ରାଞ୍ଚାଇଜ୍ କ୍ରିକେଟରେ ବିସ୍ଫୋରଣ ବ୍ୟାଟିଂ ପାଇଁ ଜଣାଶୁଣା ନିକୋଲସ୍ ପୂରନ୍ ।

Tags: cricketnikolas puranwestindies
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଦେଇ ଟାର୍ଗେଟ କଲେ ନବୀନ

ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଦେଇ ଟାର୍ଗେଟ କଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.