ସଂଚାର ବ୍ୟୁରୋ: ପ୍ରେମ ବ୍ଯାପାର ନା ଟ୍ରେଡିଂ । କେଉଁ କାରଣରୁ ଚାଲିଗଲା ଭୁବନେଶ୍ବର ଡୁମୁଡୁମା ଅଞ୍ଚଳର ନିରଞ୍ଜନ ସାହୁଙ୍କ ଜୀବନ । ପ୍ରେମ ବ୍ଯାପାରକୁ ନେଇ ନିରଞ୍ଜନଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗ ହେଉଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଯୁବତୀ । ଯୁବତୀ କହିଛନ୍ତି, ମୃତ ନିରଞ୍ଜନ ତାଙ୍କଠାରୁ ୩ ଲକ୍ଷ ଟଙ୍କା ନେଇ ଟ୍ରେଡିଂରେ ଲଗାଇ ହରାଇଦେଇଥିଲେ । ଟଙ୍କା ମାଗିବା ପରେ ସେ ଆତ୍ମହତ୍ଯା କରିଥାଇପାରନ୍ତି । ସକାଳରେ ସରକନ୍ତରା ନିକଟ ଟ୍ରେନ ଲାଇନରୁ ନିରଞ୍ଜନ ସାହୁଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । GRP ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରେମ ବ୍ଯାପାରକୁ କେନ୍ଦ୍ର କରି ହତ୍ଯା କରିବା ପରେ ତାଙ୍କୁ ଟ୍ରେନ ଲାଇନରେ ଫୋପାଡ଼ିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ହେଲେ ଯୁବତୀ ଏହାକୁ ଖଣ୍ଡନ କରିବା ପରେ ରହସ୍ଯ ବଢିବାରେ ଲାଗିଛି । ବାସ୍ତବରେ ନିରଞ୍ଜନଙ୍କ ମୃତ୍ଯୁ ହତ୍ଯା ନା ଆତ୍ମହତ୍ଯା ତାହା ଅସ୍ପଷ୍ଟ ରହିଛି । ପୋଲିସ ଏନେଇ ଖୋଳତାଡ଼ ଜାରି ରଖିଛି ।

