Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଶୀତଦିନେ ବଢେ ବାଥରୁମରେ ଷ୍ଟ୍ରୋକ୍ ଆଶଙ୍କା, ଜାଣନ୍ତୁ କେଉଁମାନଙ୍କଠାରେ ଅଧିକ ଦେଖାଦିଏ ଏହି ସମସ୍ୟା

Sanchar Live by Sanchar Live
January 19, 2025
in ଜୀବନ ଶୈଳୀ
0
ଶୀତଦିନେ ବଢେ ବାଥରୁମରେ ଷ୍ଟ୍ରୋକ୍ ଆଶଙ୍କା, ଜାଣନ୍ତୁ କେଉଁମାନଙ୍କଠାରେ ଅଧିକ ଦେଖାଦିଏ ଏହି ସମସ୍ୟା
0
SHARES
17
VIEWS
FacebookTwitter

ଶୀତଦିନେ ବଢେ ବାଥ୍ରୁମ୍ରେ ଷ୍ଟ୍ରୋକ୍ ଆଶଙ୍କା, ଜାଣନ୍ତୁ କେଉଁମାନଙ୍କଠାରେ ଅଧିକ ଦେଖାଦିଏ ଏହି ସମସ୍ୟା

ବାଥ୍ରୁମ୍ରେ ଷ୍ଟ୍ରୋକ୍ ବିଷୟରେ ସମସ୍ତେ ଶୁଣିଥିବେ ନିଶ୍ଚୟ । ଏହା ଏମିତି ଏକ ସ୍ୱାସ୍ଥ୍ୟ ସମସ୍ୟା, ଯାହା ବିଶେଷକରି ଶୀତଦିନେ ଅଧିକ ଦେଖାଦେଇଥାଏ । ଷ୍ଟ୍ରୋକ୍ ବ୍ୟକ୍ତିକୁ ସେତେବେଳେ ଅନୁଭବ ହୋଇଥାଏ ଯେତେବେଳେ ମସ୍ତିଷ୍କକୁ ରକ୍ତ ପ୍ରବାହ ବାଧିତ ହୋଇଥାଏ । ଫଳରେ ବ୍ୟକ୍ତିର ମସ୍ତିଷ୍କରେ ଥିବା କୋଷିକାଗୁଡିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଅବଶ୍ୟ ଷ୍ଟ୍ରୋକ୍ କେବେବି ହୋଇପାରେ । ଏହାର କୌଣସି ନିର୍ଦ୍ଧିଷ୍ଟ ସମୟ ନଥାଏ । କିନ୍ତୁ ଶୀତଦିନେ କେତେକ କାରକ ଯୋଗୁ ବାଥ୍ରୁମ୍ ଷ୍ଟ୍ରୋକ୍ର ଆଶଙ୍କା ବଢିଥାଏ ।
ଶୀତଦିନେ ଯଦି କେହି ଥଣ୍ଡାପାଣିରେ ସ୍ନାନ କରୁଥାନ୍ତି, ଆଉ ଥଣ୍ଡାପାଣି ସିଧାସଳଖ ଭାବେ ମୁଣ୍ଡରେ ପକାଉଥାନ୍ତି । ତେବେ ମସ୍ତିଷ୍କର ତାପମାତ୍ରାକୁ ନିୟନ୍ତ୍ରିତ କରୁଥିବା ଏଡ୍ରୋନଲିନ୍ ହର୍ମୋନ୍ ତୀବ୍ର ବେଗରେ କ୍ଷରଣ ହୋଇଥାଏ । ଅଚାନକ ରକ୍ତଚାପ ଭାବେ ବଢିଯାଇଥାଏ ।
କେଉଁମାନଙ୍କଠାରେ ଆଶଙ୍କା ଅଧିକ?
ଏହା ଯେକୌଣସି ବ୍ୟକ୍ତିଙ୍କୁ ହୋଇପାରେ । କିନ୍ତୁ ଅନ୍ୟମାନଙ୍କ ତୁଳନାରେ ବୟସ୍କମାନଙ୍କୁ ବ୍ରେନ୍ ଷ୍ଟ୍ରୋକ୍ର ଆଶଙ୍କା ଅଧିକ ରହିଥାଏ । କାରଣ ବୟସ ବଢିବା ସହ ମସ୍ତିଷ୍କର କୋଷିକାମାନେ ଦୁର୍ବଳ ହୋଇପଡିଥାନ୍ତି । ଫଳରେ ରକ୍ତଚାପ ଉଚ୍ଚ ହେବା ସହ ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ କିମ୍ବା ଅନେକ ସମୟରେ ବ୍ରେନ୍ ହାମରେଜ୍ ମଧ୍ୟ ହୋଇଥାଏ । ଏହାବ୍ୟତୀତ ହୃଦ୍ଘାତ, ମୋଟାପଣ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପରି ରୋଗରେ ଗ୍ରସିତ ବ୍ୟକ୍ତିଙ୍କଠାରେ ମଧ୍ୟ ସାଧାରଣ ଲୋକଙ୍କଠାରୁ ଷ୍ଟୋକ୍ର ଆଶଙ୍କା ଅଧିକ ।
ଆଶଙ୍କାକୁ ବଢାଉଥିବା କାରକ:
ଗାଧୁଆଘରେ ଷ୍ଟ୍ରୋକ୍ ବଢାଉଥିବା କାରକ ଯେପରିକି ଇଶ୍ଚେମିକ୍ ଷ୍ଟ୍ରୋକ୍, ରକ୍ତସ୍ରାବୀ ଷ୍ଟ୍ରୋକ୍ ଏବଂ ମସ୍ତିଷ୍କରେ ଅସ୍ଥାୟୀ ରକ୍ତ ପ୍ରବାହରେ ବାଧା ମଧ୍ୟ ହୋଇପାରେ । ଏସବୁ ସମସ୍ୟା ଗାଧୁଆ ଘର ଷ୍ଟ୍ରୋକ୍ ଆଶଙ୍କାକୁ ବଢାଇଥାଏ ।
ରକ୍ତଚାପ ଅଚାନକ୍ ବଢିବା-କମିବା: ଅଚାନକ୍ ରକ୍ତଚାପ ବଢିବା ବା କମିବା ଷ୍ଟ୍ରୋକ୍ର ଅନ୍ୟତମ ପ୍ରମୁଖ କାରଣ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ଗାଧୁଆ ଘର ସାୱରରୁ ହଠାତ୍ ଗରମ ପାଣି ଆସିବା ଦ୍ୱାରା ରକ୍ତବାହିକା ନଳୀ ହଠାତ୍ ସଂପ୍ରସାରିତ ହେବା ଦ୍ୱାରା ରକ୍ତଚାପ ଅଚାନକ୍ ଖସି ଯାଇଥାଏ, ଯାହା ଷ୍ଟ୍ରୋକ୍ର କାରଣ ହୋଇପାରେ । ଏହାର ବିପରୀତ ମଧ୍ୟ ଷ୍ଟ୍ରୋକ୍ର କାରଣ ହୋଇଥାଏ ।
ମଳତ୍ୟାଗ ସମୟରେ ଚିନ୍ତା: ଗାଧୁଆ ଘରେ ଷ୍ଟ୍ରୋକ୍ ହେବାର ଅନ୍ୟତମ ପ୍ରମୁଖ କାରଣ କବ୍ଚରେ ପୀଡିତ ବ୍ୟକ୍ତି ମଳତ୍ୟାଗ କରିବା ସମୟରେ କଷ୍ଟ ଅନୁଭବ କରିଥାନ୍ତି । ଫଳରେ ଚିନ୍ତାଗ୍ରସ୍ତ ହୋଇ ପଡିଥାନ୍ତି । ଏହି ଚିନ୍ତା ଅଚାନକ୍ ରକ୍ତଚାପକୁ ବଢାଇପାରେ । ଏହା ସ୍ପାଇକ୍ ରକ୍ତସ୍ରାବୀ ଷ୍ଟ୍ରୋକ୍ର କାରଣ ହୋଇପାରେ ।
ଜଳାଭାବ: ଶରୀରରେ ଜଳର ଅଭାବ ଏକ ସାଧାରଣ ସମସ୍ୟା, ଯହା ଷ୍ଟ୍ରୋକ୍ର ଆଶଙ୍କାକୁ ବଢାଇଥାଏ । ବିଶେଷକରି ଗାଧୁଆ ଘରର ପରିବେଶ ଭିତରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଶରୀରରେ ଜଳାଭାବ ବଢିଥାଏ । ଏହା ରକ୍ତକୁ ଗାଢା କରି ଦେଇଥାଏ । ଫଳରେ ବୟସ୍କ ଲୋକମାନେ ଥକ୍କା ଅନୁଭବ କରିଥାନ୍ତି ।
ପଡିବା କିମ୍ବା ମୁଣ୍ଡରେ ଆଘାତ ଲାଗିବା: ଗାଧୁଆ ଘରର ଭୂଇଁ ଓଦା ରହିବା ଦ୍ୱାରା ଅନେକ ସମୟରେ ପାଦ ଖସିବା ଖୁବ୍ ସାଧାରଣ କଥା । ଗାଧୋଇବା ସମୟରେ ଗାଧୁଆ ଘରେ ପଡିବା ଦ୍ୱାର ମୁଣ୍ଡ ଫାଟିବା କିମ୍ବା ମାଡ ହେବା ପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ । ଫଳରେ ଷ୍ଟ୍ରୋକ୍ ହେବା କିମ୍ବା ମୁଣ୍ଡ ମାଡ ହେବା ଦ୍ୱାରା ମଧ୍ୟ ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଥାଏ । ଯଦି କୌଣସି ବ୍ୟକ୍ତିଠାରେ କିଛି ନ୍ୟୁରୋଲୋଜିକାଲ୍ ସମସ୍ୟା ରହିଥାଏ, ସେମାନଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ରହିଥାଏ ।
କେମିତି ଦୂର କରିବେ?
ସାମାନ୍ୟ ସାବଧାନ ରହିବା ଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇପାରିବ ।
ଯେପରିକି ରକ୍ତଚାପ ଯାଞ୍ଚ କରିବା: ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା । ଯେଉଁମାନଙ୍କର ରକ୍ତଚାପ ଅଚାନକ୍ କମ୍-ଅଧିକ ହେଉଛି । ସେମାନେ ଗରମ ପାଣିରେ ସ୍ନାନ କରିବା ଅନୁଚିତ୍ । ଯଦି ଖୁବ୍ ଜରୁରି, ତେବେ ହାଲ୍କା ଉଷୁମ ପାଣିରେ ସ୍ନାନ କରିପାରିବେ ।
ପର୍ଯ୍ୟାପ୍ତ ପାଣି ପିଅନ୍ତୁ: ରକ୍ତ ପ୍ରବାହକୁ ନିୟନ୍ତ୍ରିତ ରଖିବା ଓ ରକ୍ତକୁ ଗାଢା ହେବାରୁ ରକ୍ଷା କରିବା ପାଇଁ ଗାଧୋଇ ଯିବା ପୂର୍ବରୁ ଓ ପରେ ପାଣି ପିଇବା ଆବଶ୍ୟକ ।
କବ୍ଚକୁ ହାଲ୍କା ଭାବନ୍ତୁନି: କବ୍ଚକୁ ଆଦୌ ହାଲ୍କା ଭାବନ୍ତୁନି । ବରଂ କବ୍ଚର ଚିନ୍ତାକୁ ଦୂର କରିବା ପାଇଁ ଖାଦ୍ୟରେ ବହୁ ମାତ୍ରାର ଫାଇବର ସାମିଲ୍ କରନ୍ତୁ । ସେହିପରି କବ୍ଚ ଓ ଜଳାଭାବ ସମସ୍ୟାକୁ ଦୂର କରିବାକୁ ପ୍ରୟାସ କରନ୍ତୁ ।
ଅତ୍ୟଧିକ ଗରମ ପାଣିଠରୁ ଦୂରେଇ ରୁହନ୍ତୁ: ସ୍ନାନ କରିବା ପାଇଁ ଅତ୍ୟଧିକ ଗରମ ପାଣିର ବ୍ୟବହାର କରନ୍ତୁନି । ବରଂ ହାଲ୍କା ଉଷୁମ ପାଣି ହିଁ ବ୍ୟବହାର କରନ୍ତୁ । କାରଣ ଅତ୍ୟଧିକ ଗରମ ପାଣି ଅଚାନକ ରକ୍ତଚାପକୁ ପ୍ରଭାବିତ କରିଥାଏ ।

Tags: birthroombrain stokelifestyle
ShareTweetShareSend
Sanchar Live

Sanchar Live

Next Post
ଆଜି ଏହି ରାଶିର ଲୋକଙ୍କ ଜୀବନ ହେବ ସୁଖମୟ

ଆଜି ଏହି ରାଶିର ଲୋକଙ୍କ ଜୀବନ ହେବ ସୁଖମୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ରେଡ
  • ଜେରା ସମୟରେ ସତ ମାନୁନାହାନ୍ତି ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ
  • ପୋଲିସ ଏସଆଇ ଚାକିରିରେ ଜାଲିଆତି ଅଭିଯୋଗ
  • ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା
  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.