ଆଜି ଆଇପିଏଲ ପ୍ରଥମ କ୍ବାଲିଫାୟର ମୁକାବିଲା । ଫାଇନାଲ ଟିକେଟ ପାଇଁ ଲଢ଼ିବେ ଦୁଇ ଟିମ୍ । ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର । ରାତି ସାଢ଼େ ୭ଟାରେ ମୁଲାନପୁରରେ ମ୍ୟାଚ । ଉଭୟ ଦଳ ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟ ରଖିଛନ୍ତି । ନିଜର ଜୟଯାତ୍ରା ଜାରି ରଖି ଏହି ମ୍ୟାଚରେ ଫାଇନାଲ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି ଦୁଇ ଟିମ ।
ପଏଣ୍ଟ ତାଲିକାର ପ୍ରଥମ ଦୁଇ ସ୍ଥାନରେ ଦୁଇ ଦଳ ଥିବାରୁ ଫାଇନାଲ ଯିବା ପାଇଁ କ୍ବାଲିଫାୟର ଦୁଇ ଖେଳିବାକୁ ଏମାନେ ସୁଯୋଗ ପାଇବେ । ଦୁଇ ଦଳ ଏପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତିପାରିନାହାନ୍ତି । ଉକ୍ତ ଟ୍ରଫି ସ୍ବପ୍ନକୁ ପୂରଣ କରିବା ନେଇ ଉଭୟ ଦଳ ମ୍ୟାଚକୁ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ ନେଇ ଲକ୍ଷ୍ୟ ରଖିଛନ୍ତି । ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗସ୍ ୧୧ ବର୍ଷ ପରେ ପ୍ଲେ ଅଫକୁ ଯାଇଛି । ଅନ୍ୟପଟେ ୯ ଥର ପ୍ଲେ ଅଫକୁ ଯାଇଥିଲେ ମଧ୍ୟ ପଞ୍ଜାବ କେବେ ବି ବିଜେତା ହେବାର ଗୌରବ ହାସଲ କରି ନାହିଁ । ଉଭୟ ଦଳ ପାଇଁ ଆଜିର ମ୍ୟାଚ୍ ବହୁ ଗୁରୁତ୍ବପୂର୍ଣ୍ଣ ।