ସଂଚାର ବ୍ୟୁରୋ: ଇରାନ ସପକ୍ଷରେ ସର୍ବଦା ରହିଆସିଛି ବିଶ୍ବର ଅନ୍ଯତମ ଶକ୍ତିଶାଳୀ ଆତଙ୍କୀ ସଂଗଠନ ହେଜବୁଲ୍ଲା । ଲେବାନନରେ ନିଜର ଦବଦବା ବଜାୟ ରଖିଥିବା ହେଜବୁଲ୍ଲାକୁ ଇରାନ ସମସ୍ତ ପ୍ରକାର ସହଯୋଗ କରିଆସୁଛି । ଧାର୍ମିକ ସମ୍ପର୍କ ଯୋଗୁ ହେଜବୁଲ୍ଲାକୁ ଇରାନ ମାନବ ଶକ୍ତି, ମିସାଇଲ, ରକେଟ, ସୈନ୍ଯ, ଆର୍ଥିକ ସହାୟତା ଯୋଗାଇଆସୁଛି । ଇରାନକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଆସୁଛି ରୁଷିଆ । ମଧ୍ଯପ୍ରାଚ୍ୟରେ ଆମେରିକାର ପ୍ରବେଶକୁ ବିରୋଧ କରୁଛନ୍ତି ଇରାନ ଓ ରୁଷିଆ । ଆମେରିକା ଠାରୁ ସାଉଦିଆରବ ଅସ୍ତ୍ର କ୍ରୟ କରୁଥିବାବେଳେ ରୁଷିଆଠାରୁ ଅସ୍ତ୍ର କ୍ରୟ କରୁଛି ଇରାନ । ଇରାନକୁ ସମର୍ଥନ କରିଆସୁଛି ସିରିଆ । ସିରିଆର ଶାସକ ଦଳ କ୍ଷୁଦ୍ର ସଂଖ୍ୟାଲଘୁ ଇସଲାମ ଅର୍ଥାତ ଆଲାଓ୍ବିତ ହୋଇଥିବା ସହ ସିହା ସମ୍ପ୍ରଦାୟର ସେମାନେ ନିକଟତର ଥିବାରୁ ସେମାନଙ୍କୁ ଇରାନ ସହଯୋଗ କରିଆସୁଛି । ସିରିଆର ଶାସକ ବାସର ଅଲ ଅସାଦଙ୍କୁ ସର୍ବଦା ସମର୍ଥନ କରିଆସୁଛି ଇରାନ । ସିରିଆ ସୁନ୍ନିବହୁଳ ରାଷ୍ଟ୍ର ହୋଇଥିଲେ ବି ସିହାମାନେ ଶାସନ କରୁଥିବାରୁ ସେଠାରେ ଅସ୍ଥିରତା ଲାଗିରହିଛି । ଏହି କାରଣରୁ ସେଠାରେ ଇରାନ ୨୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି । ସେପଟେ ତୈଳ ଦୃଷ୍ଟିରୁ ଇରାନ ସହ ଭଲ ସମ୍ପର୍କ ରକ୍ଷା କରିବାକୁ ଚାହୁଁଛି ଭାରତ । ୨୦୧୭ରେ ଛାବାହାର ବିନ୍ଦରକୁ ସମ୍ପ୍ରସାରଣ ଲାଗି ଇରାନକୁ ସହଯୋଗ କରିଥିଲା ଭାରତ । ପାକିସ୍ତାନ ସୀମା ନଦେଇ ଆଫଗାନିସ୍ତାନ ଓ କେନ୍ଦ୍ରୀୟ ଏସିଆ ଜରିଆରେ ଭାରତକୁ ତୈଳ ଯୋଗାଣ ଲାଗି ବିକଳ୍ପ ପନ୍ଥା ବାହାର କରିଥିଲା ଭାରତ ।