ସଂଚାର ବ୍ୟୁରୋ: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଦିନିକିଆର ଅଧିନାୟକ ପଦ ସମ୍ଭାଳୁଛନ୍ତି ରୋହିତ ଶର୍ମା । ଟି-୨୦ରୁ ସେ ଅବସର ଘୋଷଣା କରିଥିବାବେଳେ ଏବେ ଦିନିକିଆ ଏବଂ ଟେଷ୍ଟ କେବଳ ଖେଳୁଛନ୍ତି ହିଟମ୍ୟାନ୍ । ତାଙ୍କ ପରେ କିଏ ଦଳର ମଙ୍ଗ ସମ୍ଭାଳିବ ଏହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ କାହାକୁ ଏହି ଗୁରୁ ଦାୟିତ୍ବ ମିଳିବ ? କୁହାଯାଉଛି କି, ଟିମ୍ ଇଣ୍ଡିଆରେ ଜଣେ ଖତରନାକ୍ ଖେଳାଳୀ ଏଭଳି ଅଛନ୍ତି ଯିଏ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ହେବା ସବୁଠାରୁ ବଡ଼ ଦାବିଦାର୍ ଅଟନ୍ତି । ଭରତୀୟ ଟିମର ଏହି ଖେଳାଳୀ ଏତେ ଖତରନାକ ଅଟନ୍ତି କି ସେ ବିରୋଧୀଙ୍କ ଲାଗି ସବୁଠାରୁ ଅଧିକ ବିପଦ ବୋଲି କୁହାଯାଉଛି । ୩୭ବର୍ଷୀୟ ରୋହିତ ଶର୍ମା ଏବେ ଅଧିକ ଦିନ ଭାରତର ଟେଷ୍ଟ ଅଧିନାୟକ ରହିପାରିବେ ନାହିଁ ।
ଏଭଳି ସ୍ଥଳେ ଟିମ୍ ଇଣ୍ଡିଆର ଆଗାମୀ ଟେଷ୍ଟ ଅଧିନାୟକ ଭାବେ ଜଣେ ଘାତକ ଖେଳାଳୀ ବିସିସିଆଇର ଟାର୍ଗେଟରେ ନିଶ୍ଚିତ ଥିବ । ୩୭ବର୍ଷୀୟ ରୋହିତ ଶର୍ମାଙ୍କ ଲାଗି ଏବେ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତର ଟେଷ୍ଟ ଅଧିନାୟକତ୍ବ କରିବା ସହଜ ହେବ ନାହିଁ । ଏଭଳି ସ୍ଥଳେ ଖୁବଶୀଘ୍ର ବିସିସିଆଇ ଭାରତର ନୂଆ ଟେଷ୍ଟ ଅଧିନାୟକଙ୍କୁ ଚୟନ କରିପାରେ ।
ଟେଷ୍ଟ, ଓ୍ବାନଡେ ଏବଂ ଟି-୨୦ ତିନି ଫର୍ମାଟ୍ସ ଲାଗି ଟିମ୍ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରି ସାରିଥିବା ବ୍ୟାଟର ଶୁଭମନ ଗିଲ୍ ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ହେବାର ସବୁଠାରୁ ବଡ଼ ଦାବିଦାର ଅଟନ୍ତି । ଟିମ୍ ଇଣ୍ଡିଆର ଯୁବ ଓପନର ବ୍ୟାଟର ଶୁଭମନ ଗିଲଙ୍କୁ ଭାରତର ଆଗାମୀ ଟେଷ୍ଟ ଅଧିନାୟକ କରାଯାଇପାରେ । ୨୪ବର୍ଷୀୟ ଶୁଭମନ ଗିଲ୍ ନିଜ ନିଆରା ବ୍ୟାଟିଂ ଲାଗି ଜଣାଶୁଣା । ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଏବେ ଅଧିକ ଦିନ ରହି ନାହିଁ । ଏଭଳି ସ୍ଥଳେ ୨୪ବର୍ଷୀୟ ଶୁଭମନ ଗିଲଙ୍କୁ ଭାରତର ଟେଷ୍ଟ ଅଧିନାୟକର ଦାୟିତ୍ବ ବି ଦିଆଯାଇପାରେ । ଶୁଭମନ ଗିଲଙ୍କୁ ଓ୍ବାନଡେ ଏବଂ ଟି-୨୦ ଫର୍ମାଟରେ ପ୍ରଥମରୁ ହିଁ ଟିମ୍ ଇଣ୍ଡିଆର ଉପଅଧିନାୟକ କରାଯାଇଥିଲା । ବିସିସିଆଇର ଏହି ସଙ୍କେତ କହୁଛି କି ତାଙ୍କୁ ଶୁଭମନ ଗିଲଙ୍କ ଉପରେ କେତେ ଭରସା ରହିଛି ।