ସଂଚାର ବ୍ୟୁରୋ: ୨୪ ତାରିଖରେ ସାମ୍ଭାବ୍ୟ ବାତ୍ୟା ଓଡ଼ିଶା ଉକପୂଳରେ ସ୍ଥଳଭାଗକୁ ଛୁଇଁବ । ଯାହାର ନାଁ ରହିଛି ‘ଦାନା’ । ଏହି ବାତ୍ୟାର ନାଁ ‘ଦାନା’ ଦେଇଛି ସାଉଦି ଆରବ । ଯାହା ଉତ୍ତର ଭାରତ ମହାସାଗରରେ WMO ପାଇଁ ବାତ୍ୟାର ନାମ ଦେଉଥିବା ୧୪ ଦେଶଙ୍କ ମଧ୍ୟରେ ଅନ୍ୟତମ । ଆରବିକ ଭାଷାରେ ଯାହାର ଅର୍ଥ ହେଉଛି ‘ସୁନ୍ଦର’ ବା ‘ମୂଲ୍ୟବାନ ମୋତି’ ।
ସୂଚନାଯୋଗ୍ୟ, ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଗୁଡିକର ନାଁ WMO ଅଧୀନରେ ୧୪ଟି ଦେଶ ଦେଇଥାନ୍ତି । ଭାରତ ସମେତ ବାଂଲାଦେଶ, ଇରାନ, ମାଲଦୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ ଓ ଓମାନ ବାତ୍ୟାର ନାଁ ଦେଇଥାନ୍ତି ।
ସୂଚନାଯୋଗ୍ୟ, ବାତ୍ୟାର ନାମକରଣ ପୂର୍ବରୁ କରିବାର ବହୁ କାରଣ ରହିଛି । ବାତ୍ୟାର ନାଁ ଏହା ଏପରି ହୋଇଥାଏ, ଯାହା ସେ ଦେଶର ପରମ୍ପାରା ଓ ସଂସ୍କୃତିକୁ ପ୍ରତିପାତିତ କରିଥାଏ । ଅର୍ଥାତ ବାତ୍ୟାର ନାଁରେ ଉକ୍ତ ଦେଶର ସାଂସ୍କୃତିକ ପ୍ରତିବିମ୍ବ ରହିଥାଏ । ଏହାସହ ପୂର୍ବରୁ ନାମକରଣ କରାଯିବା ଦ୍ବାରା ଏହାକୁ ବିଭିନ୍ନ କ୍ଷେତ୍ରରେ ଗୋଟିଏ ନାଁରେ ଟ୍ରାକ୍ କରିବାରେ ସହଜ ହୋଇଥାଏ । ଯାହା ବିଭିନ୍ନ ଦେଶର ପାଣିପାଗ ବିଭାଗମାନଙ୍କୁ ତଥ୍ୟ ଆଦାନା ପ୍ରଦାନରେ ସାହାଯ୍ୟ କରିଥାଏ ।