ପୟାଶ୍ରାଦ୍ଧକୁ ନେଇ ଦୂର ହେଲା ଦ୍ଵନ୍ଦ୍ଵ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଦିଆଗଲା ସ୍ପଷ୍ଟୀକରଣ। ୨୦ ନା ୨୧ ତାରିଖ ନେଇ ଦ୍ଵନ୍ଦ୍ଵ ଥିଲା । ତେବେ ୨୦ ତାରିଖ ଦୀପାବଳିରେ ହେବ ପୟାଶ୍ରାଦ୍ଧ ଦୀପାବଳି ଅମାବାସ୍ୟାର ଦ୍ୱନ୍ଦ୍ୱ ଦୂରୀକରଣ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ କରିଛନ୍ତି ।
ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର ଓ ସମ୍ପାଦକ ପ୍ରଫୁଲ ମିଶ୍ର ଓ ଅନେକ ଜ୍ୟୋତିର୍ବିଦ ସୂଚନା ଦେଇଛନ୍ତି ଯେ ୨୦ ତାରିଖରେ ହିଁ ଦିଆଯିବ ପୟାଶ୍ରାଦ୍ଧ। ସେହିଦିନ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତିମଣ୍ଡପ ଦାବି କରିଛି । ଗୋଟିଏ ପର୍ବର ଦୁଇଟି ତାରିଖ ନେଇ ଦ୍ଵନ୍ଦ୍ଵ ଦେଖାଯାଇଥିଲା। ୨୧ ତାରିଖରେ ପୟାଶ୍ରାଦ୍ଧ ଓ ଦୀପଦାନ ବୋଲି ଅନେକ ପଞ୍ଜିକାରେ ଉଲ୍ଲେଖ ରହିଛି। ୨୧ ତାରିଖ ଦୀପାବଳି ପାଇଁ ସରକାରୀ ଛୁଟି ରହିଛି । ୨୦ ନା ୨୧ ତାରିଖ, କେଉଁ ଦିନ ପାଳନ କରାଯିବ ଦୀପାବଳି ସେ ନେଇ ଦ୍ଵନ୍ଦ୍ଵ ରହିଥିଲା ଯାହା ଏବେ ସ୍ପଷ୍ଟ କରାଷାଇଛି ।
ତେବେ ୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି। ତେବେ ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇ ପାରନ୍ତି ନାହିଁ, ସେମାନେ ମହାଳୟା ଅମାବାସ୍ୟାରେ ଶ୍ରାଦ୍ଧ ଦେବେ। ଦିନରେ ମହାଳୟା ଶ୍ରାଦ୍ଧ ଦେବା ପରେ ରାତିରେ ଦୀପ ଦାନ କରିବେ ।

