ସଂଚାର ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ପରେ ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଡକ୍ଟର ହାସନ ନିଖୋଜ। ଶ୍ରୀନଗରରେ ଏକ ସରକାରୀ ହସ୍ପିଟାଲର ପୂର୍ବତନ ସହାୟକ ପ୍ରଫେସର ଥିଲେ ଡାକ୍ତର ନିସାର-ଉଲ-ହାସନ। ୨୦୨୩ ମସିହାରେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଜମ୍ମୁ ଏବଂ କାଶ୍ମୀର ସରକାର ତାଙ୍କୁ ବହିଷ୍କାର କରିଥିଲେ। ସୋମବାର ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ ପରେ ଡାକ୍ତର ହାସନ ନିଖୋଜ ହୋଇଯାଇଛନ୍ତି। ଡାକ୍ତର ହାସନ ହରିୟାଣା ଫରିଦାବାଦ ଜିଲ୍ଲାର ଅଲ-ଫଲାହ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହୋଇଥିଲେ। ତଦନ୍ତକାରୀ ସଂସ୍ଥା ଡାକ୍ତରଙ୍କ ଏହି ନେଟୱର୍କ ସହ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣ ମଧ୍ୟରେ ଲିଙ୍କ ଖୋଜୁଥିବାରୁ ସନ୍ଦେହ ଘେରକୁ ଆସିଛି। ସେପଟେ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ତଦନ୍ତକାରୀ ସଂସ୍ଥାକୁ ସମସ୍ତ ସହଯୋଗ କରିବ ବୋଲି ବିବୃତ୍ତି ଜାରି କରି କହିଛି।.

