ସଂଚାର ବ୍ୟୁରୋ: ଆଜି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ଦୁଲୁକୁଛି ମନ୍ଦିର ପରିସର । ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ମା’ ସମଲେଶ୍ୱରୀ ଓ ବଲାଙ୍ଗିରର ମାଆ ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପ୍ରଥମ ଶସ୍ୟକୁ ଇଷ୍ଟ ଦେବୀଙ୍କ ନିକଟରେ ଅର୍ପଣ କରିବାର ପରମ୍ପରାକୁ କୁହାଯାଇଥାଏ ନୂଆଖାଁଇ । ମା’ ନିକଟରେ ଅର୍ପଣ କରାଯାଉଥିବା ଚାଉଳକୁ ପଶୁପକ୍ଷୀ ବି ଅଇଁଠା କରି ନ ଥାନ୍ତି। ତେଣୁ ଫସଲ ପାଚିବା ପୂର୍ବରୁ ବିଲରୁ ଅମଳ କରି ଆଣି ମା’ଙ୍କୁ ଅର୍ପଣ କରାଯାଇଥାଏ। ଧରିତ୍ରୀ ଶସ୍ୟ ଶ୍ୟାମଳା ହେଉ, କାହାକୁ ଅନ୍ନ କଷ୍ଟ ନ ଲାଗୁ ବୋଲି ମା଼’ଙ୍କ ନିକଟରେ ଗୁହାରୀ କରାଯାଇଥାଏ
ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପ୍ରଥମେ ଶୁଭ ଲଗ୍ନ ସକାଳ ୯ଟା୧୨ରୁ ୯ଟା ୨୭ ମଦ୍ୟରେ ନବାହ୍ନ ଲାଗି ହୋଇଛି। ଏହାପରେ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ବି ଲାଗି ହୋଇଛି ନବାହ୍ନ । ସେହିପରି ବଲାଙ୍ଗିରରେ ବି ନିର୍ଦ୍ଧାରିତ ସମୟରେ ନବାହ୍ନ ଲାଗି ହୋଇଛି।