ସଂଚାର ବ୍ୟୁରୋ: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍ । ମୁର୍ଶିଦାବାଦ ହିଂସାକାଣ୍ଡର ଛାନବିନ କରିବାକୁ ଏହି ଟିମ୍ ଆସିଛି। ୧୪ ଜଣଙ୍କୁ ଡାକି ଝାରସୁଗୁଡ଼ା ବନହରପାଲି ଥାନାରେ ପଚରା ଉଚରା କରୁଛି ଏସଟିଏଫ୍ ଟିମ୍ । ପଶ୍ଚିମବଙ୍ଗ ହିଂସା ଘଟଣାରେ ଲିଙ୍କ୍ ଥିବା ନେଇ ବନହରପାଲି ଥାନା ବନ୍ଧବାହାଲ ଅଞ୍ଚଳରେ ପୁଲିସ ଛାଉଣୀ। ସନ୍ଦିଗ୍ଧଙ୍କୁ ପୁଲିସର ପଚରା ଉଚରା କରାଯାଉଛି। ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ସକାଳୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଝାରସୁଗୁଡ଼ା ଏସପି ସ୍ମିତ୍ ପରମାର ଓ ବରିଷ୍ଠ ପୁଲିସ ଅଧିକାରୀ ଏବଂ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।