ହୁଗୁଳି ନଦୀରେ ବୁଡ଼ିଲା ପାଉଁଶ ବୋଝେଇ ବାଂଲାଦେଶୀ ଡଙ୍ଗା । ୧୬ ଜଣ ଉଦ୍ଧାର । ପଶ୍ଚିମ ବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ହୁଗଲି ନଦୀରେ ଘୋରାମାରା ଦ୍ୱୀପ ନିକଟରେ ଏକ ବାଂଲାଦେଶୀ ପାଉଁଶ ବୋଝେଇ ଡଙ୍ଗା ବୁଡ଼ି ଯାଇଛି । ଖବର ପାଇ ଗଙ୍ଗାସାଗର ଅଞ୍ଚଳର ପୋଲିସ ପହଞ୍ଚି ବୁଡି ଯାଇଥିବା ବଙ୍ଗଳାଦେଶୀ ଡଙ୍ଗାରୁ ୧୬ ଜଣ ମିକଙ୍କୁ ଉଦ୍ଧାର କରିଛି । ବାଂଲାଦେଶରୁ ଅନେକ ଜାହାଜ ଅନିୟମିତ ଭାବରେ ମେଦିନୀପୁର ଜିଲ୍ଲା ସ୍ଥିତ ହଳଦିଆ ଡକରୁ ଆସନ୍ତି । ଉଦ୍ଧାର ଶ୍ରମିକଙ୍କୁ ଚିକିତ୍ସା ପାଇଁ ରୁଦ୍ରନଗର ଡାକ୍ତରଖାନାକୁ ନିଆଯାଇଛି । ତେବେ ଡଙ୍ଗାଟି ସମ୍ପୂର୍ଣ୍ଣ ସମୁଦ୍ରରେ ବୁଡ଼ି ଯାଇଛି