ସଂଚାର ବ୍ୟୁରୋ: ଦୁର୍ଗାପୁରରେ ଓଡି଼ଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିଜେପିର ପ୍ରତିବାଦ। ଦୁର୍ଗାପୁର ସିଟି ସେଣ୍ଟର୍ ଆଗରେ ଧାରଣା ମଞ୍ଚ ତିଆରି କରୁଥିବାବେଳେ ପୋଲିସ ଦ୍ବାରା ମନା କରାଯାଇଥିଲା। ଏଠାରେ ବିଜେପି କର୍ମୀ ଧାରଣା ଦେଇଥାନ୍ତେ। ପୋଲିସ ଅନୁମତି ନଦେବାରୁ ଏହାର ପ୍ରତିବାଦ କରି ବିଜେପି କର୍ମୀ ଓ ନେତା ଧାରଣା ଦେଇଛନ୍ତି। ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି କର୍ମୀ ଓ ମେଡିକାଲ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ବ୍ୟାରିକେଡ଼କୁ ହଟାଇ ଧସେଇ ପସିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ। ଏହାକୁ ନେଇ ଉତ୍ତେଜନା ଲାଗି ରହିଛି।

