ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନିମନ୍ତ୍ରଣ । ଦୁଇ ଦିନିଆ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି ମୋଦି । ମୋଦୀଙ୍କ ଆରବ ଗସ୍ତରେ ବିଶେଷ ସ୍ବାଗତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମୋଦିଙ୍କ ବିମାନ ପହଞ୍ଚିବା ପରେ ସାଉଦ୍ ଆରବ ବିମାନ ପକ୍ଷରୁ F-15 ଫାଇଟର ଜେଟ ସହ ତାଙ୍କୁ ଉଡାଣରେ ଆକାଶ ବିମାନ ସୁରକ୍ଷା ପ୍ରଦାନ କରାଯାଇଛି ।
ସୁଚନାନୁଯାୟୀ ମୋଦି ତୃତୀୟ ଥର ପାଇଁ ସାଉଦ ଆରବ ଗସ୍ତ କରିଛନ୍ତି । କିନ୍ତୁ ପୂର୍ବରୁ ମୋଦି ୨୦୧୬ ଓ ୨୦୧୯ ରେ ସାଉଦ ଆରବକୁ ୨ଥର ଗସ୍ତ କରିଥିଲେ । ହେଲେ ମୋଦି ସାଉଦ ଆରବର ଜେଦ୍ଦାକୁ ପ୍ରଥମ ଥର ଗସ୍ତ କରିଛନ୍ତି । ବୈଠକ ପାଇଁ ସେ ଜେଦ୍ଦାକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଦୁଇ ଦେଶ ମଧ୍ୟରେ ଷ୍ତ୍ରାଟାଜିକ ପାର୍ଟନରସିପ ବୈଠକରେ ମୋଦି ଏବଂ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ୍ ସାମିଲ ହେବେ । ବୈଠକରେ ଉଭୟ ଦେଶର ନେତା ଅର୍ଥନୈତିକ ଏବଂ ରାଜନୈତିକ ସୁରକ୍ଷା ଗଠନ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳୁଛି । ବୈଠକରେ ଅନେକ ଏମଓୟୁ ସ୍ୱାକ୍ଷର ହେବାର ସୂଚନା ମିଳିଛି ।
ଅନ୍ୟପଟେ ମୋଦି ଆରବ ଗସ୍ତରେ ପହଞ୍ଚିବା ପରେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ବ୍ୟାପାରରେ ଲାଭପ୍ରଦ ହେବା ସହ ବୁଝାମଣା ମଧ୍ୟ ସୁଦୃଢ ହୋଇଛି । ଆହୁରି ମଧ୍ୟ କହିଛନ୍ତି ଭାରତ-ସାଉଦି ଆରବର ସହଭାଗିତାର ସୀମାହୀନ ସୁଯୋଗ ରହିଛି । ଅସ୍ଥିରତା ପୂର୍ଣ୍ଣ ବିଶ୍ୱ ମଧ୍ୟରେ ସ୍ଥିରତାର ସ୍ତମ୍ଭ ଭାବରେ ଆମ ସମ୍ପର୍କ ସୁଦୃଢ଼ ରହିଛି ।