ଭୁବନେଶ୍ୱର : ନୂଆବର୍ଷରେ ଶୁଖିଲା ରହିବ ପାଗ । ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ । ଆସନ୍ତା ୩୦ ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ । ମାତ୍ର ୨୮ ଏବଂ ୨୯ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରଭାବ ଦେଖେଇବ ପଶ୍ଚିମାଝଡ଼ । ଫଳରେ ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।
୨୮ ତାରିଖରେ ବରଗଡ଼, ବଲାଙ୍ଗୀର, ଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହିପରି ୨୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ବିଗତ କିଛିଦିନ ହେବ ରାତିର ତାପମାତ୍ରା ଅଚାନକ ବଢ଼ିଥିବା ବେଳେ ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।